ନୂଆଦିଲ୍ଲୀ : ପ୍ରତିରକ୍ଷା ସଂସ୍ଥା ହିନ୍ଦୁସ୍ତାନ ଏରୋନୌଟିକାଲ୍ସ ଲିମିଟେଡ୍ର ୩.୫ ପ୍ରତିଶତ ଅଂଶଧନକୁ ସରକାର ବିକ୍ରି କରିବେ। ଏଥିରୁ ୨୮୬୭ କୋଟି ଟଙ୍କା ପାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଷ୍ଟକ ବଜାର ମୂଲ୍ୟ ତୁଳନାରେ ରିହାତି ଦାମ୍ରେ ନିବେଶକଙ୍କୁ ହାଲ୍ର ସେୟାର ମିଳିବ।
ହାଲ୍ରେ ଭାରତ ସରକାରଙ୍କ ୭୫.୧୫ ପ୍ରତିଶତ ଅଂଶଧନ ରହିଛି। କଂପାନିର ସେୟାର ମୂଲ୍ୟ ଏବେ ୨୬୨୫ ଟଙ୍କା ୨୦ ପଇସା ରହିଛି। ସେହି ଅନୁସାରେ ଏହାର ବଜାର ପୁଞ୍ଜି ମୂଲ୍ୟ ହେଉଛି ୮୭,୮୦୦ କୋଟି ଟଙ୍କା। ଅଫର ଫର୍ ସେଲ୍ରେ କଂପାନିର ଯେଉଁ ୩.୫ ପ୍ରତିଶତ ଅଂଶଧନ ବିକ୍ରି କରାଯିବ ସେଥିରେ ସେୟାର ପିଛା ଦାମ୍ ୨୪୫୦ ଟଙ୍କା ରହିବ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ସର୍ବନିମ୍ନ ପବ୍ଲିକ୍ ଅଂଶଧନ ଲକ୍ଷ୍ୟ ହାସଲ କରିବା ଲାଗି ସରକାରଙ୍କୁ କଂପାନିର କିଛି ଅଂଶଧନ ବିକ୍ରି କରିବାକୁ ପଡ଼ୁଛି। ଷ୍ଟକ ଏକ୍ସଚେଞ୍ଜ୍କୁ ସରକାର ଦେଇଥିବା ସୂଚନା ଅନୁସାରେ ମାର୍ଚ୍ଚ ୨୩ ଓ ୨୪ରେ ହାଲ୍ର ୧.୭୫ ପ୍ରତିଶତ ଅଂଶଧନ ବିକ୍ରି ହେବ। ଯଦି ଉପଲବ୍ଧ ସେୟାର ତୁଳନାରେ ଅଧିକ ବିଡ୍ ଆସିବ ତେବେ ଆଉ ୧.୭୫ ପ୍ରତିଶତ ଅଂଶଧନ ବିକ୍ରି କରାଯିବ। ୨୦୨୦ରେ ହାଲ୍ରୁ ପୁଞ୍ଜି ପ୍ରତ୍ୟାହାର ହୋଇଥିଲା। ସରକାର କଂପାନିର ୧୫ ପ୍ରତିଶତ ଅଂଶଧନ ବିକ୍ରି କରି ୫୦୦୦ କୋଟି ଟଙ୍କା ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/HAL-Tejas-Marketing-750x375-1.jpg)
