ଜେରୁଜେଲମ୍: ଇସ୍ରାଏଲ ସେନାର ଦାବିର ୨୪ ଘଣ୍ଟା ପରେ ଶେଷରେ ହାମାସ ସ୍ୱୀକାର କରିଛି ଯେ ଆଇଡିଏଫ ଏୟାରଷ୍ଟ୍ରାଇକରେ ଏହାର ନେତା ତଥା ମୁଖ୍ୟ ୟାହ୍ୟା ସିନୱାର ନିହତ ହୋଇଛି। ଏହା ପୂର୍ବରୁ ହାମାସ ଇସ୍ରାଏଲର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଆସୁଥିଲା। ଗୁରୁବାର ଦିନ ହମାସ ମଧ୍ୟ ଦାବି କରିଥିଲା ଯେ ତାଙ୍କ ନେତା ଜୀବିତ ଅଛନ୍ତି। କିନ୍ତୁ ଏବେ ପ୍ରାୟ ୨୪ ଘଣ୍ଟା ପରେ ହାମାସର ଜଣେ ଶୀର୍ଷ ରାଜନୈତିକ ନେତା ଖଲିଲ ଅଲ୍ ହାୟା ୟାହ୍ୟା ସିନଓ୍ବାରର ମୃତ୍ୟୁକୁ ଆନୁଷ୍ଠାନିକ ଭାବେ ନିଶ୍ଚିତ କରିଛନ୍ତି।

Advertisment

ହମାସ ନେତା ଅଲ-ହାୟା ଏକ ଟେଲିଭିଜନ ବିବୃତିରେ ଦୋହରାଇଛନ୍ତି ଯେ ୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଧରାପଡ଼ିଥିବା ଇସ୍ରାଏଲ ବନ୍ଦୀମାନଙ୍କୁ ମୁକ୍ତ କରାଯିବ ନାହିଁ। ଗାଜା ଉପରେ ଆକ୍ରମଣ ଶେଷ ନହେବା ପର୍ଯ୍ୟନ୍ତ  ସେମାନଙ୍କୁ ଫେରସ୍ତ ଦିଆଯିବ ନାହିଁ।

ଅଲ-ହାୟା ଏକ ଟେଲିଭିଜନ ବିବୃତିରେ ଦୋହରାଇଛନ୍ତି ଯେ ୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଧରାପଡ଼ିଥିବା ଇସ୍ରାଏଲ ବନ୍ଦୀମାନଙ୍କୁ ହମାସ୍ ମୁକ୍ତ କରିବ ନାହିଁ। ଗାଜା ଉପରେ ଆକ୍ରମଣ ଶେଷ ନହେବା ପର୍ଯ୍ୟନ୍ତ ଏବଂ ଗାଜାରୁ ପ୍ରତ୍ୟାବର୍ତ୍ତନ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ଫେରସ୍ତ ଦିଆଯିବ ନାହିଁ। ହମାସ ନେତାଙ୍କୁ ଟାର୍ଗେଟ କରାଯିବା ସତ୍ତ୍ୱେ ସେ ଶେଷ ପର୍ଯ୍ୟନ୍ତ ଇସ୍ରାଏଲ ବିରୋଧରେ ଲଢ଼େଇ ଜାରି ରଖିବେ ବୋଲି ସେ କହିଛନ୍ତି।

ବୁଧବାର ଇସ୍ରାଏଲର ବିମାନ ଆକ୍ରମଣରେ ହମାସ ମୁଖ୍ୟ ୟାହିୟା ସିନୱାର ନିହତ ହୋଇଥିଲା । ତେବେ ତାର ଡିଏନଏ ଟେଷ୍ଟ ଏବଂ ଅନ୍ୟାନ୍ୟ ଅନୁସନ୍ଧାନ ପରେ ଇସ୍ରାଏଲ ଗୁରୁବାର ହମାସ ମୁଖ୍ୟ ୟାହ୍ୟା ସିନୱାରଙ୍କ ମୃତ୍ୟୁ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲା। ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଅକ୍ଟୋବର ୭ ତାରିଖ ଅପରାଧୀଙ୍କ ପ୍ରତିଶୋଧ ଆମ ସେନା ନେଇଛି।