ନୂଆଦିଲ୍ଲୀ: ପୁଣି ଅଶାନ୍ତ ହେଲା ମଧ୍ୟ ପ୍ରାଚ୍ୟ। ଗାଜା ଷ୍ଟ୍ରିପରେ ଏୟାର ଷ୍ଟ୍ରାଇକ କରି ଇସ୍ରାଏଲ ପକ୍ଷରୁ ବଡ଼ ଦାବି କରାଯାଇଛି । ଇସ୍ରାଏଲ ପକ୍ଷରୁ ଗାଜାରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ନିହତ ହୋଇଥିବା କୁହାଯାଉଛି । ଇସ୍ରାଏଲ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଏୟାର ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ।
ବର୍ତ୍ତମାନ ସ୍ଥିତିରେ ଆତଙ୍କବାଦୀଙ୍କ ପରିଚୟ ଜାଣିବା ସମ୍ଭବ ନୁହେଁ । ଯେଉଁ ବିଲଡିଂ ଉପରେ ଆକ୍ରମଣ କରାଯାଇଥିଲା, ସେଠାରେ କୌଣସି ସାଧାରଣ ଲୋକ କିମ୍ବା ପଣବନ୍ଦୀଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡ଼ୁନାହିଁ । ୩ ଜଣ ହମାସ ସଦସ୍ୟ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ସିନୱାର ବୋଲି ଦାବି କରିଛି ଇସ୍ରାଏଲ। ତଥାପି ଏହାର ଯାଞ୍ଚ କରାଯାଉଛି । ଇସ୍ରାଏଲ ଜେଲରେ ଥିବା ବେଳେ ସିନୱାରର ଡିଏନଏ ସଂଗ୍ରହ କରାଯାଇଥିଲା । ଏବେ ମୃତ ୩ ହମାସ ସଦସ୍ୟଙ୍କ ଡିଏନଏକୁ ଏଥିରେ ମେଳ କରାଯାଇ ପୂରା ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରାଯିବ ବୋଲି ଇସ୍ରାଏଲ ସେନା କହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/10/18/4Za4lYR95EVL1Bi6nrXs.jpg)