ତେଲ୍ ଅବିବ୍: ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଆଜି କୁହାଯାଇଛି ଯେ ବିମାନ ଆକ୍ରମଣରେ ହମାସ ମୁଖ୍ୟ ୟାହ୍ୟା ସିନ୍ୱାର ନିହତ ହୋଇଛି। ଏ ନେଇ କେତେକ ବଳିଷ୍ଠ ପ୍ରମାଣ ମିଳିଛି ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି। ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିବା ହମାସ ମୁଖ୍ୟ ସିନ୍ୱାର ଇସ୍ରାଏଲର ଏକ ଅପରେସନରେ ନିହତ ହୋଇଥିବା ନେଇ ରିପୋର୍ଟ ମିଳିଥିବା ବେଳେ ଆକ୍ରମଣରେ ସଂପୂର୍ଣ୍ଣ ଧ୍ବସ୍ତ ହୋଇଥିବା କୋଠାରୁ ମିଳିଥିବା ଦଗ୍ଧୀଭୂତ ଶବଗୁଡ଼ିକର ଡିଏନ୍ଏ ପରୀକ୍ଷା ହୋଇଥିଲା। ଅକ୍ଟୋବର ୭ରେ ହୋଇଥିବା ଆକ୍ରମଣରେ ୧୨୦୦ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ ଏବଂ ଏହା ଇହୁଦୀ ରାଷ୍ଟ୍ର ଉପରେ ହୋଇଥିବା ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଥିଲା। ଏହି ଆକ୍ରମଣ ମଧ୍ୟପ୍ରାଚ୍ୟକୁ ବିଶୃଙ୍ଖଳା ଭିତରକୁ ଠେଲି ଦେଇଥିଲା ।
ଆଇଡିଏଫ ସିନ୍ୱାରର ମୃତ୍ୟୁକୁ ନିଶ୍ଚିତ କରିଥିବାରୁ ହମାସ ସହିତ ଏକ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଇସ୍ରାଏଲ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ସଫଳତା ବୋଲି କୁହାଯାଉଛି । ୧୯୯୮ ମସିହାରୁ ଇସ୍ରାଏଲ ଦ୍ୱାରା ଜେଲରେ ଥିବା ସିନୱାର ୨୦୧୧ରେ କଏଦୀ ଅଦଳବଦଳରେ ମୁକୁଳିଥିଲା। ସେ ଇହୁଦୀ ରାଷ୍ଟ୍ର ସହ ସଶସ୍ତ୍ର ସଂଘର୍ଷ ସପକ୍ଷରେ ଥିଲା। ସେ ୧୯୮୦ ଦଶକର ଶେଷ ଭାଗରେ ହମାସରେ ଯୋଗ ଦେଇଥିଲା ଏବଂ ଏହାର ସାମରିକ ଶାଖା ଅଲ-କାସାମ ବ୍ରିଗେଡକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/18/YspHJQfOBM2eZcBEBlGV.jpg)