ନୂଆଦିଲ୍ଲୀ: ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଅଚାନକ ଆକ୍ରମଣ ଆରମ୍ଭ କରିଥିଲା ହମାସ୍‌୍‌୍‌। ଯଥାସମ୍ଭବ ଅଧିକରୁ ଅଧିକ ଲୋକଙ୍କୁ ନିପାତ କରିବା ଏହାର ଲକ୍ଷ୍ୟ ଥିଲା। ଏଥିପାଇଁ ହମାସ୍‌୍‌୍‌ ଆତଙ୍କବାଦୀ ଗୋଷ୍ଠୀ ବିଧିବଦ୍ଧ ଯୋଜନା ମଧ୍ୟ କରିଥିଲା। ଇସ୍ରାଏଲ‌ରେ ଏଲିମେଣ୍ଟାରି ସ୍କୁଲ୍‌ ଏବଂ ଯୁବ କେନ୍ଦ୍ର ଉପରେ ଆକ୍ରମଣ କରିବାପାଇଁ ହମାସ୍‌୍‌୍‌ର ଯୋଜନା ଥିଲା। ଏନ୍‌ବିସି ନ୍ୟୁଜ୍‌ ଦ୍ବାରା ହସ୍ତଗତ ହୋଇଥିବା ଏକ ତଥ୍ୟ ଅନୁଯାୟୀ ହମାସ୍‌୍‌୍‌ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲର ବିଭିନ୍ନ ଗାଁରେ ଅନୁପ୍ରବେଶ କରି ବିଶେଷ କରି ନାଗରିକ ବହୁଳ ଅଞ୍ଚଳରେ ଆକ୍ରମଣ କରିବାର ଯୋଜନା କରିଥିଲେ।

Advertisment

ଏଥିପାଇଁ ଏକ 'ଟପ୍‌ ସିକ୍ରେଟ୍‌' ଡକୁମେଣ୍ଟ୍‌ ପ୍ରସ୍ତୁତ ହୋଇଥିଲା। ବିଶେଷ କରି ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। କଫର ସାଦ୍‌ରେ ୨ଟି ତାଲିମପ୍ରାପ୍ତ ହମାସ୍‌୍‌ ‌ଗୋଷ୍ଠୀକୁ ଏଥିପାଇଁ ଦାୟିତ୍ବ ଦିଆଯାଇଥିଲା। ଗୋଟିଏ ଗୋଷ୍ଠୀକୁ ସ୍କୁଲ୍‌ ଉପରେ ଆକ୍ରମଣ ପାଇଁ କୁହାଯାଇଥିବାବେଳେ ଅନ୍ୟ ଏକ ଗୋଷ୍ଠୀକୁ ଲୋକଙ୍କୁ ପଣବନ୍ଦୀ ରଖିବାପାଇଁ ନିର୍ଦ୍ଦେଶ ରହିଥିଲା। ସେହିପରି ୨ଟି ଗୋଷ୍ଠୀକୁ ପୃଥକ୍‌ ଭାବେ କଫର ସାଦ୍‌ର ପୂର୍ବ ଏବଂ ପଶ୍ଚିମ ପାର୍ଶ୍ବକୁ ନିୟନ୍ତ୍ରଣ କରିବାପାଇଁ କୁହାଯାଇଥିଲା। ଅଧିକରୁ ଅଧିକ ଲୋକଙ୍କୁ ଆକ୍ରମଣ କରିବା ଏବଂ ପଣବନ୍ଦୀ ରଖିବା ଏହାର ମୂଳ ଲକ୍ଷ୍ୟ ଥିଲା। ଉଲ୍ଲେଖଯୋଗ୍ୟ, ଇସ୍ରାଏଲୀ ଗାଁ କଫର ସାଦ୍‌ରେ ୪୦ ଶିଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଅଧିକାଂଶ ଶିଶୁଙ୍କୁ ମୁଣ୍ଡ କାଟି ହତ୍ୟା କରାଯାଇଥିଲା। ହମାସ୍‌୍‌ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଗୁପ୍ତ କାଗଜପତ୍ରକୁ ଏବେ ଇସ୍ରାଏଲୀ ଅଧିକାରୀମାନେ ଅନୁଶୀଳନ କରୁଛନ୍ତି। ଗାଜା ସୀମା ସଂଲଗ୍ନ ପ୍ରତିଟି ଗାଁରେ ମହିଳା ଏବଂ ଶିଶୁଙ୍କୁ ଟାର୍ଗେଟ୍‌ ଆକ୍ରମଣ କରିବା ହମାସ୍‌୍‌ର ମୁଖ୍ୟ ଲକ୍ଷ୍ୟ ଥିଲା। ତେବେ କଫର ସାଦ‌୍‌ରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ଏଯାବତ ଇସ୍ରାଏଲ ସ୍ପଷ୍ଟ କରିନାହିଁ। ଅନ୍ୟପକ୍ଷେ ଗାଜାରେ ହମାସ୍‌୍‌ ଗୋଷ୍ଠୀ ଦ୍ବାରା ଆହୁରି ୧୨୦ ଲୋକ ପଣବନ୍ଦୀ ଥିବା ଇସ୍ରାଏଲ ସ୍ପଷ୍ଟ କରିଛି।