ତେଲ ଆଭିଭ: ହମାସ୍ ଆତଙ୍କବାଦୀମାନେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରି ଅପହରଣ କରି ନେଇଥିବା ଶିଶୁମାନଙ୍କ ଫଟୋ ଓ ଭିଡିଓ ସେୟାର କରିଛି। ଏଥିରେ ଆତଙ୍କବାଦୀମାନେ ଗୋଟିଏ ହାତରେ ବନ୍ଧୁକ ଧରି ଅନ୍ୟ ହାତରେ ପିଲାଙ୍କୁ କାଖେଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ହମାସ୍୍୍ ଶିଶୁମାନଙ୍କୁ ହତ୍ୟା କରୁଥିବା ଓ ପୋଡ଼ି ଦେଉଥିବା ନେଇ ଖବର ପ୍ରକାଶ ପାଇଥିଲା। ପିଲାଙ୍କୁ ଅପହରଣ କରିବା ଓ ହତ୍ୟା କରିବାକୁ ଅନ୍ତର୍ଜାତୀୟ ଆଇନ ଅନୁସାରେ ଭୟଙ୍କର ଯୁଦ୍ଧ ଅପରାଧ ଭାବେ ବିବେଚନା କରାଯାଏ।
ଅପହୃତ ଶିଶୁଙ୍କ ଫଟୋ ଓ ଭିଡିଓ ଛାଡ଼ିଲା ହମାସ୍
/sambad/media/post_attachments/wp-content/uploads/2023/10/sfhfhfhhh.jpg)
/sambad/media/agency_attachments/2024-07-24t043029592z-sambad-original.webp)