୫ ପାଲେଷ୍ଟାଇନ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଲା ହମାସ

ଗାଜା: ଗାଜାର ଶାସନ ଚଳାଇଥିବା ଆତଙ୍କବାଦୀ ସଂଗଠନ ହମାସ ଆଜି ପାଞ୍ଚ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ମୃତ୍ୟୁଦଣ୍ଡ ଦେଇ ଆତଙ୍କ ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ଇସ୍ରାଏଲ ପାଇଁ ଗୁପ୍ତଚରଗିରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ବୋଲି ହମାସ କହିଛି। ମୃତ୍ୟୁଦଣ୍ଡ ଦିଆଯାଇଥିବା ଅନ୍ୟ ତିନି ଜଣଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ବୋଲି ହମାସ ଘୋଷଣା କରିଛି। ଏକ ବିବୃତିରେ କୁହାଯାଇଛି, ସମସ୍ତ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ପରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇଥିଲା। ସମସ୍ତ ଦୋଷୀମାନଙ୍କୁ ନିଜକୁ ରକ୍ଷା କରିବା ପାଇଁ ପୂର୍ଣ୍ଣ ଅଧିକାର ଦିଆ ଯାଇଥିଲା। ଦେଶର ଗୁପ୍ତଚର ସେବାକୁ ତଦାରଖ କରୁଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବାବଦରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛି। ପାଲେଷ୍ଟାଇନ ଏବଂ ଅନ୍ତର୍ଜାତୀୟ ମାନବାଧିକାର ଗୋଷ୍ଠୀ ଏହି ମୃତ୍ୟୁଦଣ୍ଡକୁ ନିନ୍ଦା କରିଛି। ଇସ୍ରାଏଲ୍ ଅଧିକୃତ ୱେଷ୍ଟବ୍ୟାଙ୍କରେ ସୀମିତ ସ୍ବୟଂଶାସନ କରୁଥିବା ହମାସ ଗତ କିଛିଦିନ ହେଲେ ନାଗରିକଙ୍କ ଉପରେ କଟକଣା କଠୋର କରିବା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର