ପାକିସ୍ତାନ ସାମ୍ବାଦିକଙ୍କୁ ଭାରତ ଡାକିଥିବା ଆରୋପକୁ ଅସ୍ବୀକାର କଲେ ହମିଦ ଅନ୍‌ସାରୀ

ନୂଆଦିଲ୍ଲୀ: ପାକିସ୍ତାନର ସାମ୍ବାଦିକ ନୁସରତ ମିର୍ଜା ଭାରତ ଗସ୍ତରେ ଆସି ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରିଥିବା ସ୍ବୀକାର କରିଛନ୍ତି। ମିର୍ଜା ୨୦୦୭ରୁ ୨୦୧୦ ମଧ୍ୟରେ ଉପା ସରକାର ସମୟରେ ଦିଲ୍ଲୀ ଏବଂ ଆଲିଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମହମ୍ମଦ ହମିଦ ଅନ୍‌ସାରୀ ଭାରତର ଉପ ରାଷ୍ଟ୍ରପତି ଥିବା ସମୟରେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ସେ ଘୋଷଣା କରିବା ପରେ ଏବେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ଗତକାଲି ମିର୍ଜାଙ୍କ ଏଭଳି ଖୁଲାସା ପରେ କ‌ଂଗ୍ରେସକୁ ଜବାବ ମାଗିଥିଲା ବିଜେପି।

ମିର୍ଜାଙ୍କ ଖୁଲାସା ପରେ ହମିଦ ଅନ୍‌ସାରୀ ବିବାଦରେ ଛନ୍ଦି‌ ହେଉଥିବା ଦେଖି ଏବେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସେ କେବେ ନୁସରତ ମିର୍ଜାଙ୍କୁ ଭାରତକୁ ଡାକି ନାହାଁନ୍ତି କିମ୍ବା ତାଙ୍କୁ କେବେ ଭେଟି ନାହାଁନ୍ତି । ଅନସାରୀ କହିଛନ୍ତି ଯେ ଗଣମାଧ୍ୟମର ଏକ ବିଭାଗ ଏବଂ ଭାରତୀୟ ଜନତା ପାର୍ଟି ମୁଖପାତ୍ର ମୋ ବିଷୟରେ ମିଥ୍ୟା ପ୍ରଚାର କରୁଛନ୍ତି। କୁହାଯାଉଛି ଯେ, ମୁଁ ଉପରାଷ୍ଟ୍ରପତି ଥିବାବେଳେ ପାକିସ୍ତାନୀ ସାମ୍ବାଦିକ ନୁସରତ ମିର୍ଜାଙ୍କୁ ଡାକିଥିଲି। ନୂଆଦିଲ୍ଲୀରେ ଆତଙ୍କବାଦ ଉପରେ ଆୟୋଜିତ ଏକ ସମ୍ମିଳନୀରେ ନୁସରତଙ୍କୁ ଭେଟିଥିଲି। ଏହା ମଧ୍ୟ କୁହାଯାଉଛି ଯେ ଇରାନରେ ରାଷ୍ଟ୍ରଦୂତ ଥିବାବେଳେ ମୁଁ ଦେଶ ପ୍ରତି ବିଶ୍ୱାସଘାତକତା କରିଛି। ସମସ୍ତେ ଜାଣନ୍ତି ଯେ କେବଳ ସରକାରଙ୍କ ପରାମର୍ଶରେ ବିଦେଶୀ ବିଶେଷଜ୍ଞମାନଙ୍କୁ ଡକାଯାଏ।

सारी बातें एकदम झूठ, पाक पत्रकार को बुलाने के आरोपों पर बोले हामिद अंसारी
livehindustan

ସେ ଆହୁରି କହିିଛନ୍ତି ଯେ, ଡିସେମ୍ବର, ୧୧, ୨୦୧୧ ରେ ମୁଁ ଆତଙ୍କବାଦ ଉପରେ ହୋଇଥିବା ଆଲୋଚନାଚକ୍ରର ଉଦଘାଟନ କରିଥିଲି। ଡକାଯାଇଥିବା ଲୋକଙ୍କ ତାଲିକା ଆୟୋଜକମାନେ ନିଜେ ପ୍ରସ୍ତୁତ କରିଥିଲେ। ମୁଁ ନୁସରତଙ୍କୁ କେବେ ଡାକି ନାହିଁ କି ସାକ୍ଷାତ କରି ନାହିଁ। ଇରାନରେ ରାଷ୍ଟ୍ରଦୂତ ଭାବରେ କାମ କରୁଥିବା ବେଳେ ମୋର ସମସ୍ତ କାର୍ଯ୍ୟର ସୂଚନା ସରକାରଙ୍କ ପାଖରେ ରହୁଥିଲା। ମୁଁ ଦେଶର ସୁରକ୍ଷା ପ୍ରତି ପ୍ରତିବଦ୍ଧ। ତେହେରାନରେ ରାଷ୍ଟ୍ରଦୂତ ହେବା ପରେ ମୁଁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ହୋଇଥିଲି ଏବଂ ମୋର କାମ ବିଷୟରେ ସମସ୍ତେ ଭଲ ଭାବରେ ଜାଣନ୍ତି।

ସମ୍ବନ୍ଧିତ ଖବର