ଯବାନଙ୍କ ବ୍ୟାଗରୁ ଜବତ ହେଲା ଜୀବନ୍ତ ଗ୍ରେନେଡ଼

ଶ୍ରୀନଗର: ବିମାନବନ୍ଦରରୁ ଯବାନଙ୍କ ପାଖରୁ ଜବତ ହେଲା ଜୀବନ୍ତ ଗ୍ରେନେଡ଼ | ଆଜି ସକାଳେ ଶ୍ରୀନଗର ବିମାନବନ୍ଦରରେ ଏହାକୁ ନେଇ ସମସ୍ତେ ଭୟଭୀତ ହୋଇଯାଇଥିଲେ | ମିଳିଥିବା ସୂଚନା ମୁତାବକ ବିମାନବନ୍ଦରରୁ ଜଣେ ଯବାନଙ୍କ ବ୍ୟାଗରୁ ଜୀବନ୍ତ ହ୍ୟାଣ୍ଡ ଗ୍ରେନେଡ ଉଦ୍ଧାର କରାଯାଇଥିଲା। ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରି-ଏଣ୍ଟ୍ରି ଯାଞ୍ଚ ସମୟରେ ବିମାନ ସ୍କ୍ରିନିଂ କର୍ମଚାରୀମାନେ ଏହି ହ୍ୟାଣ୍ଡ ଗ୍ରେନେଡ ପାଇଥିଲେ। ତେବେ ସେ ଜୀବନ୍ତ ଗ୍ରେନେଡ଼ କାହିଁକି ନେଇ ଯାଉଥିଲେ ବୋଲି ବିମାନବନ୍ଦରରେ ମୁତୟନ ସୁରକ୍ଷାକର୍ମୀମାନେ ପଚାରିଥିଲେ |

ଯବାନ ଜଣକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି | ଏହି ଘଟଣାକୁ ନେଇ ଯବାନଙ୍କୁ ପଚରାଉଚରା କରାଯାଉଛି। ସୂଚନା ଅନୁଯାୟୀ ସୋମବାର ସକାଳ ୯ଟାରେ ଏହି ଘଟଣା ଘଟିଥିବାର କୁହାଯାଉଛି। ଏହି ହ୍ୟାଣ୍ଡ ଗ୍ରେନେଡଟି ରାଷ୍ଟ୍ରିୟ ରାଇଫଲ ୟୁନିଟର ଯବାନଙ୍କ ପାଖରୁ ମିଳିଥିବାବେଳେ ସେ ଲଗେଜ୍ ସ୍କ୍ରିନିଂ ପାଇଁ ପ୍ରି-ଏଣ୍ଟ୍ରି ସ୍କ୍ରିନିଂରେ ଥିବାବେଳେ ଗ୍ରେନେଡ୍ ମିଳିଥିଲା ​​| ଯବାନ ଜଣକ ଏୟାର ଏସିଆ ବିମାନରେ ଯିବାର ଥିଲା |

ଗ୍ରେନେଡ଼ ମିଳିବା ପରେ ଏୟାରଲାଇନ୍ସର କର୍ମଚାରୀମାନେ ତୁରନ୍ତ ବିମାନବନ୍ଦରରେ ଥିବା ସିଆରପିଏଫ ଯବାନଙ୍କୁ ସୂଚନା ଦେଇଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଛି | ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଯବାନଙ୍କ ନାମ ବାଲାଜୀ ସମ୍ପତ ହୋଇଥିବାବେଳେ ସେ ନିଜ ଘର ତାମିଲନାଡୁର ଭେଲୋରକୁ ଯାଉଥିଲେ | ଯେବେ ତାଙ୍କୁ ବିମାନବନ୍ଦରରୁ ଗିରଫ କରାଯାଇଥିଲା ସେତେବେଳେ ସେ ଛୁଟିରେ ନିଜ ଘରକୁ ଯାଉଥିଲେ |

ସମ୍ବନ୍ଧିତ ଖବର