ହନ୍ଦଓ୍ଵାରାରେ ଅଜଣା ଆତଙ୍କବାଦୀ ନିପାତ

ମିଳିଲା ଗ୍ରେନେଡ୍‌, ରାଇଫଲ୍‌ ସହ ପାକିସ୍ତାନୀ ମୁଦ୍ରା

ଜମ୍ମୁୁ: ଜମ୍ମୁ କଶ୍ମୀରର ହନ୍ଦଓ୍ଵାରା ଅନ୍ତର୍ଗତ ହାଜିନ୍‌ରେ ରବିବାର ସୁରକ୍ଷା କର୍ମୀ ଓ ଦଳେ ଅଜଣା ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି। ସେହି ଅଞ୍ଚଳରେ ଆହୁରି ଦୁଇରୁ ତିନି ଜଣ ସନ୍ଦ୍‌ିଗ୍ଧ ଆତଙ୍କବାଦୀ ଛପି ରହିଥିବା ଆଶଙ୍କା କରାଯାଉଛି। ସେହିପରି ନିହତ ଆତଙ୍କବାଦୀ ପାଖରୁ ସୁରକ୍ଷା କର୍ମୀମାନେ ଗ୍ରେନେଡ୍‌, ରାଇଫଲ୍‌ ଏବଂ ପାକିସ୍ତାନୀ ମୁଦ୍ରା ଉଦ୍ଧାର କରିଛନ୍ତି। ଅପରପକ୍ଷେ, ଗୁଳି ବିନିମୟରେ ସୁରକ୍ଷା କର୍ମୀମାନେ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର