ଭିନ୍ନକ୍ଷମଙ୍କୁ ପିଟିପିଟି ମାରିଦେଲା ପୁଲିସ

ଲକ୍ଷ୍ନୌ: ୟୁପିର ହଥରାସ୍‌ରେ ଜଣେ ଭିନ୍ନକ୍ଷମଙ୍କୁ କେତେକ ପୁଲିସ କର୍ମୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଜଣେ ଦୋକାନୀ ବିମଲ କୁମାର (୪୪)ଙ୍କ ସହ ଗତ ସୋମବାର ଦିନ ସବ୍‌ ଇନ୍ସପେକ୍ଟର ଆଶିଷ ଯାଦବଙ୍କ ବଚସା ହୋଇଥିଲା ଏବଂ ସେ ତାଙ୍କୁ ଖୁବ୍‌ ନିସ୍ତୁକ ମାଡ଼ ମାରିଥିଲେ। ବିମଲ୍‌ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ ନିଆଯାଇଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଅନେକ ସମୟ ପର୍ଯ୍ୟନ୍ତ ଆଗ୍ରା-ଆଲିଗଡ଼ ଜାତୀୟ ରାଜପଥ ରୋକିଥିଲେ। ଏନେଇ ସବ୍‌ ଇନ୍ସପେକ୍ଟର ଆଶିଷ ଯାଦବଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି ଏବଂ ସେ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଅନ୍ୟ ଅଭିଯୁକ୍ତ ପୁଲିସଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର