ହରିଆଣା: ହରିଆଣାର ଚରଖି ଦାଦରିରେ ଜଣେ ଯୋଗ ଶିକ୍ଷକଙ୍କୁ ଜଣେ ବ୍ୟକ୍ତି ଜୀବନ୍ତ ପୋତି ଦେଇଥିବା ଖବର ଆସିଛି। ଯୋଗ ଶିକ୍ଷକଙ୍କର ତ‌ାଙ୍କ ପତ୍ନୀଙ୍କ ସହ ଅନୈତିକ ସଂପର୍କ ଥିବା କାରଣରୁ ତାଙ୍କୁ ପୋତି ଦେଇଥିଲେ ଅଭିଯୁକ୍ତ ସ୍ବାମୀ। 

Advertisment

ରୋହତକର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଯୋଗ ଶିକ୍ଷକ ଥିବା ଜଗଦୀପଙ୍କୁ ଅପହରଣ କରି ସାତ ଫୁଟ ଗଭୀର ଗାତରେ ଜୀବନ୍ତ ପୋତି ଦିଆଯାଇଥିଲା। ଅପରାଧର ତିନି ମାସ ପରେ ମାର୍ଚ ୨୪ ତାରିଖରେ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି।

ତେବେ ଯେଉଁଭଳି ଭାବେ ଯୋଗ ଶିକ୍ଷକଙ୍କୁ ହତ୍ୟା କରାଯାଇଥିଲା, ସେହି ନିର୍ମମ କାହାଣୀ ଏବେ ଲୋକଲୋଚନକୁ ଆସୁଛି। ପୁଲିସ୍‌ ଏବେ ଏହି ମାମଲାରୁ ୨ ଅଭିଯୁକ୍ତ ଧରମପାଲ୍‌ ଏବଂ ହରଦୀପଙ୍କୁ ଗିରଫ କରିସାରିଛି।

ଜେରା ସମୟରେ ଅଭିଯୁକ୍ତ ଦ୍ବୟ ସ୍ବୀକାର କରିଛନ୍ତି ଯେ ସେମାନେ ପୀଡ଼ିକଙ୍କ ହାତ ବାନ୍ଧି, ପାଟି ବନ୍ଦ କରି ଜୀଅନ୍ତା ମାଟି ତଳେ ପୋତି ଦେଇଥିଲେ। 

ପୁଲିସ ଅନୁଯାୟୀ, କାମ ସାରି ଘରକୁ ଫେରୁଥିବା ସମୟରେ ଡିସେମ୍ବର ୨୪ ତାରିଖରେ ଜଗଦୀପଙ୍କୁ ଅପହରଣ କରାଯାଇଥିଲା। ଅଭିଯୁକ୍ତ ତାଙ୍କର ହାତ ଗୋଡ଼ ବାନ୍ଧି ତାଙ୍କ ମୁହଁରେ ଟେପ୍ ଲଗାଇ ଦେଇଥିଲେ। ଯାହା ଦ୍ୱାରା ସେ କୌଣସି ଶବ୍ଦ କରିପାରିବେ ନାହିଁ। ତା'ପରେ ତାଙ୍କୁ ଏକ ନିର୍ଜନ କ୍ଷେତକୁ ନିଆଯାଇଥିଲା। ଯେଉଁଠାରେ ଅଭିଯୁକ୍ତ ଏକ ଗଭୀର ଗାତ ଖୋଳି ତାଙ୍କୁ ପୋତି ଦେଇଥିଲେ।