ହଣ୍ଡଓ୍ଵାରାରେ ଏନ୍‌କାଉଣ୍ଟର: ୩ ଲସ୍କର ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ହଣ୍ଡଓ୍ଵାରା ଅଞ୍ଚଳରେ ଆଜି ସୁରକ୍ଷା କର୍ମୀଙ୍କୁ ବଡ଼ ଧରଣର ସଫଳତା ମିଳିଛି। ପାକିସ୍ତାନର ୩ ଜଣ ଲସ୍କର-ଏ-ତୋଏବା ଆତଙ୍କବାଦୀ ଆଜି ସୁରକ୍ଷା ବାହିନୀର ଗୁଳି ମାଡ଼ରେ ନିହତ ହୋଇଛନ୍ତି। ଉତ୍ତର କଶ୍ମୀରର କୁପଓ୍ଵାରା ଜିଲ୍ଲା ଅନ୍ତର୍ଗତ ହଣ୍ଡଓ୍ଵାରା ଅଞ୍ଚଳର ମୁଗାମ୍‌ରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ଖବର ମିଳିଥିଲା। ଫଳରେ ସ୍ଥାନୀୟ ପୁଲିସ, ସେନା ଏବଂ ସିଆର୍‌ପିଏଫ୍‌ ଯବାନମାନେ ସୋମବାର ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଦେଇଥିଲେ। ପରେ ସର୍ଚ୍ଚ ଅପରେସନ କରିବା ସମୟରେ ଉଭୟ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା। ଆଜି ସକାଳେ ହିଁ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ୩ ଜଣ ଯାକ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କଠାରୁ ବିପୁଳ ପରିମାଣର ଗୁଳିଗୋଳା ଜବତ ହୋଇଛି।

ସମ୍ବନ୍ଧିତ ଖବର