ଜଙ୍ଗଲରୁ ଶିକ୍ଷକ-ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାହାରଣପୁର : ଉତ୍ତର ପ୍ରଦେଶ ସାହାରଣପୁରର ଏକ ଜଙ୍ଗଲରୁ ମଙ୍ଗଳବାର ବିଳମ୍ବିତ ରାତିରେ ଶିକ୍ଷକ ବୀରେନ୍ଦ୍ର (୪୦) ଏବଂ ୧୭ ବର୍ଷୀୟା ନବମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ରସୁଲପୁର ବାସିନ୍ଦା ଶିକ୍ଷକ ଯେଉଁ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ ଛାତ୍ରୀ ଜଣକ ସେହି ବିଦ୍ୟାଳୟରେ ପଢ଼ୁଥିଲେ। ସେପ୍ଟେମ୍ବର ୩ ତାରିଖରୁ ଉଭୟେ ନିଖୋଜ ଥିଲେ। ଛାତ୍ରୀଙ୍କ ପରିବାର ପକ୍ଷରୁ ଏକ ଅପହରଣ ମାମଲା ରୁଜୁ କରାଯାଇଥିଲା। ଏହାକୁ ଆଧାର କରି ପୁଲିସ ସେମାନଙ୍କୁ ଖୋଜିବା ଆରମ୍ଭ କରିଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏକ ପୁଲିସ ଟିମ୍ ଜଙ୍ଗଲରେ ଖୋଜାଖୋଜି କରୁଥିବା ବେଳେ ସେମାନଙ୍କ ଗଳିତ ଶବ ଠାବ କରିଥିଲେ। ପରେ ସେମାନଙ୍କୁ ପରିବାର ଲୋକେ ଚିହ୍ନଟ କରିଥି‌ଲେ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର