ମୋହାଲିରେ ଭାଙ୍ଗିଗଲା ଝୁଲା ଦୋଳି, ୫୦ ଆହତ

ଚଣ୍ଡିଗଡ଼ : ରବିବାର ପଞ୍ଜାବର ମୋହାଲିରେ ଆୟୋଜିତ ଏକ ମେଳାରେ ୫୦ ଫୁଟ ଉଚ୍ଚତାରୁ ଏକ ଝୁଲା ଦୋଳି ଭାଙ୍ଗି ପଡ଼ିବାରୁ ଅନ୍ୟୂନ ୫୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି। ମେଳା ପରିଚାଳନାରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଏହି ଅଘଟଣ ପରେ ମେଳାକୁ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର