ହଂସରାଜ ଆହିରଙ୍କ କାର୍‌କେଡ଼୍ ଦୁର୍ଘଟଣା, ୫ ସିଆର୍‌ପିଏଫ୍‌ ଯବାନ୍‌ ଗୁରୁତର

ଚନ୍ଦ୍ରପୁର (ମହାରାଷ୍ଟ୍ର): ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଆହିର୍‌ଙ୍କ କାର୍‌କେଡ଼୍‌ ଦୁର୍ଘଟଣାଗ୍ରସ୍ତ ହେବା ସହ ୫ ଜଣ ସିଆର୍‌ପିଏଫ୍‌ ଯବାନ୍‌ ଗୁରୁତର ଆହତ ହୋଇଛନ୍ତି। ‌ସମ୍ମୁଖ ଦିଗରୁ ଆସୁଥିବାଏକ ଟ୍ରକ୍‌ କାର୍‌କେଡ଼୍‌ର ଯେଉଁ ଗାଡ଼ିକୁ ଧକ୍କା ଦେଇଥିଲା ସୌଭାଗ୍ୟକ୍ରମେ, ସେହି ଗାଡ଼ିରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହଂସରାଜ ବସି ନଥିଲେ। ଫଳରେ ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ନାଗ୍‌ପୁର ଅଭିମୁଖେ ଯାତ୍ରା କରୁଥିବାବେଳେ ଚନ୍ଦ୍ରପୁର-ନାଗ୍‌ପୁର ରାସ୍ତାର ଜାମ୍‌ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ହଂସରାଜ ଆହିରଙ୍କ କାର୍‌କେଡ଼୍‌ରେ ମୋଟ ୪ଟି ଗାଡ଼ି ଥିଲା।

ସମ୍ବନ୍ଧିତ ଖବର