କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମଙ୍ଗଳବାର ପୁଣି ଥରେ ରାସ୍ତା ଉପରେ ବସି ହନୁମାନ ଚାଳିଶା ପଢ଼ିଛନ୍ତି | ବିଜେପି କର୍ମୀ ବହୁ ସଂଖ୍ୟାରେ ବିଜେପି କର୍ମୀ ହନୁମାନ ଚାଳିଶା ପଢ଼ିଥିବାବେଳେ ସାଧାରଣ ଜନତା ବି ଏଥିରେ ଭାଗ ନେଇଥିଲେ| ହାଓଡ଼ା ଏସି ମାର୍କେଟ ସ୍ଥିତ ହନୁମାନ ମନ୍ଦିର ସାମ୍ନାରେ ହନୁମାନ ଚାଳିଶା ପଢ଼ାଯାଉଥିବାବେଳେ ୧ ଘଣ୍ଟା ଯାଏଁ ଯାତାୟାତ ଠପ ହୋଇଯାଇଥିଲା |
ଗତ ମଙ୍ଗଳବାର ଦିନ ମଧ୍ୟ ରାସ୍ତା ଉପରେ ବିଜେପି କର୍ମୀମାନେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ | ବିଜେପି କାର୍ଯ୍ୟକର୍ତ୍ତାଙ୍କ କହିବା ମୁତାବକ ରାସ୍ତା ଅବରୋଧ କରି ନମାଜ ପଢ଼ାଯାଉଥିବା ପ୍ରଥାକୁ ବିରୋଧ କରି ଏଭଳି ପ୍ରତିବାଦ କରାଯାଉଛି | ବିଜେପି କର୍ମୀ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀ ସରକାରରେ ଯେ କୌଣସି ପ୍ରମୁଖ ରାସ୍ତାକୁ ଅବରୋଧ କରାଯାଇ ନମାଜ ପାଠ କରାଯାଉଛି |
ଯାହାଫଳରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ଯେ ପର୍ଯ୍ୟନ୍ତ ଏହା ବନ୍ଦ କରାଯାଇନାହିଁ ସେ ପର୍ଯ୍ୟନ୍ତ ବିଜେପି କର୍ମୀମାନେ ମଧ୍ୟ ରାସ୍ତା ଉପରେ ବସି ହନୁମାନ ଚାଳିଶା ପାଠ କରିବେ ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି |