ନୂଆଦିଲ୍ଲୀ: ମହାରାଷ୍ଟ୍ର ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କୁ ଗିରଫ ପ୍ରସଙ୍ଗ ଏବେ ବି ସରଗରମ ରହିଛି। ସୋମବାର ଲୋକସଭା ସ୍ବାଧିକାର କମିଟି ନିକଟରେ ହାଜର ହୋଇ ତାଙ୍କୁ ବେଆଇନ ଭାବେ ଗିରଫ କରି ନିର୍ଯାତନା ଦିଆଯାଇଥିବା ସଂକ୍ରାନ୍ତ ତଥ୍ୟ ରଖିଛନ୍ତି। ହନୁମାନ ଚାଳୀସା ପାଠ କରିବା ପାଇଁ ସେ ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଅତ୍ୟନ୍ତ ଆକ୍ରୋଶମୂଳକ ଭାବେ ଏହି ମାମଲାରେ ପଦକ୍ଷେପ ନେଇଥିଲେ ବୋଲି ସେ କହିଛନ୍ତି। ତାଙ୍କ ପ୍ରତି ଅନ୍ୟାୟ ହୋଇଥିବାରୁ ସଂସଦୀୟ କମିଟି ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନବନୀତ କହିଛନ୍ତି। ତାଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟ ଆଧାରରେ ବର୍ତ୍ତମାନ କମିଟି ମୁମ୍ବାଇ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ଜେରା ପାଇଁ ଡାକିପାରେ।
ହନୁମାନ ଚାଳିଶା ବିବାଦ: ଲୋକସଭା ସ୍ବାଧିକାର କମିଟିରେ ହାଜର ହେଲେ ସାଂସଦ ନବନୀତ ରାଣା
/sambad/media/post_attachments/wp-content/uploads/2022/05/hfh3k1fhk321kh321hk32hkk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)