ପାକିସ୍ତାନରେ କ୍ଷମତା ଦଖଲ କରିବ ହାଫିଜ୍‌!

o୨୩ ମାର୍ଚ୍ଚରେ ଇସ୍ତାହାର ଜାରି କରିବ oନିର୍ବାଚନୀ ମେଣ୍ଟ ଗଠନ ପ୍ରକ୍ରିୟା ଆରମ୍ଭ

ଇସ୍‌୍‌ଲାମାବାଦ: ପାକିସ୍ତାନ ସରକାର ଆତଙ୍କବାଦୀ ହାଫିଜ୍‌ ସୟିଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଦାବି କରୁଥିବା ବେଳେ ଏବେ ହାଫିଜ୍‌ ପାକିସ୍ତାନରେ କ୍ଷମତା ଦଖଲ ପାଇଁ ତୟାର ହେଉଛି। ଦେଶବ୍ୟାପୀ ନିଜ ରାଜନୈତିକ ସଂଗଠନକୁ ସୁୁଦୃଢ଼ କରିବା ପାଇଁ ହାଫିଜ୍‌ ଜୋରଦାର ପ୍ରୟାସ ଚଳାଇଛି ଏବଂ ୨୩ ମାର୍ଚ୍ଚରେ ଦଳର ଇସ୍ତାହାର ଜାରି କରିବାକୁ ଘୋଷଣା କରିଛି। ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ର ଦଳ ନିର୍ବାଚନରେ ଭାଗନେବାକୁ କୋର୍ଟ ଅନୁମତି ପାଇବା ପରେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଆତଙ୍କିତ ହୋଇପଡ଼ିଛନ୍ତି। ଅନେକ କ୍ଷୁଦ୍ର ଦଳ ହାଫିଜ୍‌ ସହ ହାତ ମିଳାଇଛନ୍ତି ଏବଂ ମେଣ୍ଟ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ହାଫିଜ୍‌ର ମୁଲ୍ଲି ମୁସ୍‌ଲିମ ଲିଗ୍‌ ୯ଟି ଦଳ ସହ ମେଣ୍ଟ କରିବ ବୋଲି ଘୋଷଣା କରିଛି। ଏ ସଂପର୍କରେ ସବିଶେଷ ତଥ୍ୟ ୨୩ ତାରିଖରେ ହିଁ ପ୍ରକାଶ କରାଯିବ ବୋଲି ହାଫିଜ କହିଛି। କିଛିଦିନ ତଳେ ହାଫିଜ୍‌ର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହେବା ପରେ ତା’ର ଗତିବିଧି ସଙ୍କୁଚିତ ହୋଇଯାଇଥିଲା। ତେବେ ହାଫିଜ୍‌ ଏବେ ନୂଆ ଉତ୍ସାହରେ ନିଜ ସଂଗଠନକୁ ବିସ୍ତାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଗତ ସପ୍ତାହରେ ଇସ୍‌୍‌ଲାମାବାଦ ହାଇକୋର୍ଟ ପାକିସ୍ତାନ ନିର୍ବାଚନ କମିସନଙ୍କୁ ଏ ବାବଦରେ ନିର୍ଦ୍ଦେଶ ଦେଇ ହାଫିଜ୍‌ ଦଳର ପଞ୍ଜୀକରଣକୁ କାଏମ ରଖିବାକୁ ନିର୍ଦ୍ଦେଶ ଦେବା ସହ ନିର୍ବାଚନ ଲଢ଼ିବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରାଯାଇ ପାରିବ ନାହିଁ ବୋଲି କହିଥିଲେ।

ଅଦାଲତର ଏଭଳି ରାୟ ଆଗାମୀ ଦିନରେ ପାକିସ୍ତାନର ଗାଣତାନ୍ତ୍ରକ ପ୍ରକ୍ରିୟାକୁ ନୂଆ ମୋଡ଼ ଦେବ ଏବଂ ହାଫିଜ୍‌ ହାତକୁ କ୍ଷମତା ଆସିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ହାଫିଜ୍‌ର ରାଜନୈତିକ ସକ୍ରିୟତା ଏବେ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି। ଗୋଟିଏ ପଟେ ହାଫିଜ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଓ ଆମେରିକାର ପ୍ରବଳ ଚାପ ଓ ଅନ୍ୟ ପଟେ ଆଭ୍ୟନ୍ତରୀଣ ରାଜନୀତିରେ ହାଫିଜର ଶକ୍ତିବୃଦ୍ଧି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି। ହାଫିଜର ସଂଗଠନ ଭାରତ ଓ ଆଫଗାନିସ୍ତାନରେ ଲାଗାତାର ଆକ୍ରମଣ କରୁଥିବା ନେଇ ବଳିଷ୍ଠ ପ୍ରମାଣ ରହିଥିବାରୁ ଜାତିସଂଘ ମଧ୍ୟ ହାଫିଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛି। ଜଣେ ବିଶ୍ୱ ଆତଙ୍କବାଦୀକୁ ପାକିସ୍ତାନ ସରକାର ନିୟନ୍ତ୍ରଣ ରଖିବାରେ ବିଫଳ ହୋଇଥିବାରୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ପାକିସ୍ତାନର ଦୁର୍ବଳ ଭୂମିକା ପଦାରେ ପଡ଼ିଯାଇଛି।

ସମ୍ବନ୍ଧିତ ଖବର