ଭାରତୀୟ ବିଜ୍ଞାନ କଂଗ୍ରେସରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ; ଭାରତ ଉଦ୍ଭାବନ ସୂଚକର ୫୨ ନମ୍ବରକୁ ଉନ୍ନୀତ ହୋଇଥିବାରୁ ଆନନ୍ଦିତ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ବେଙ୍ଗାଲୁରୁ ଠାରେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ ଉଦ୍‌ଭାବନ ସୂଚକର ୫୨ ନମ୍ବରକୁ ଉନ୍ନୀତ ହୋଇଥିବା ଜାଣି ମୁଁ ଆନନ୍ଦିତ। ବିଗତ ୫୦ ବର୍ଷ ଅପେକ୍ଷା ଆମ ଯୋଜନା ସବୁ ଗତ ୫ ବର୍ଷରେ ଅଧିକ ବୈଷୟିକ ବ୍ୟବସାୟ ପ୍ରତିଷ୍ଠାନ ସୃଷ୍ଟି କରିଛି। ଏଥିପାଇଁ ମୁଁ ଆମ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଉଛି।

ମହାକାଶରେ ଭାରତର କୃତିତ୍ୱକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ, ମହାକାଶ ଅନେ୍ଵଷଣରେ ଆମର ସଫଳତା ଏଥର ଗଭୀର ସାଗରରେ ପ୍ରତିଫଳନ ହେବ। ପାଣି, ଶକ୍ତି, ଖାଦ୍ୟ ଓ ଖଣିଜଲବଣ ଭଳି ବିଶାଳ ସାମୁଦ୍ରିକ ସମ୍ବଳକୁ କରାୟତ କରିବାକୁ ଆମେ ଅନେ୍ଵଷଣ କରିବା ଆବଶ୍ୟକ।

ସେ କହିଲେ: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଚାଳିତ ବିକାଶର ସକାରତ୍ମକତା ଏବଂ ଆଶାବାଦ ନେଇ ଆମେ ୨୦୨୦ ମସିହା ଆରମ୍ଭ କରିବା ଅର୍ଥ ଆମ ସ୍ୱପ୍ନ ସାକାର କରିବାକୁ ଆଉ ପାଦେ ଆଗେଇବା। ନୂଆ ବର୍ଷ ଏବଂ ନୂଆ ଦଶନ୍ଧି ଆରମ୍ଭରେ ମୋର ପ୍ରଥମ କାର୍ଯ୍ୟକ୍ରମଗୁଡ଼ିକରୁ ଗୋଟିଏ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ଭାବନ ସହ ସଂଯୁକ୍ତ ହୋଇଥିବାରୁ ମୁଁ ଆନନ୍ଦିତ। ବିଜ୍ଞାନ ଓ ଉଦ୍ଭାବନ ସହ ଜଡ଼ିତ ବେଙ୍ଗାଲୁରୁ ସହରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

Image Source: The Hindu

ସରକାରଙ୍କର ଜଳ ଜୀବନ ମିସନ୍‌ ବିଷୟରେ ପ୍ରଧାନମନ୍ତ୍ରୀ କହିଲେ, ଜଳର ପୁନଃପ୍ରକ୍ରିୟାକରଣ ନିମନ୍ତେ ଶସ୍ତା ଏବଂ ଫଳପ୍ରଦ ପ୍ରଯୁକ୍ତିବିଦ୍ୟା ବିକାଶ କରିବା ଆପଣମାନଙ୍କର ଦାୟିତ୍ୱ। ଆପଣମାନଙ୍କ ପାଇଁ ଜଳ ପରିଚାଳନା ଗୋଟାଏ ନୂଆ ସାମ୍ମୁଖ୍ୟ।

ବିଜ୍ଞାନର ଉନ୍ନତିକୁ ସରକାରୀ କାର୍ଯ୍ୟକ୍ରମ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଡିଜିଟାଲ୍‌ ଟେକ୍ନୋଲଜି, ଇ-କମର୍ସ, ଇଣ୍ଟର୍‌ନେଟ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ସେବା ଗ୍ରାମୀଣ ଜନତାଙ୍କର ପ୍ରଭୁତ୍ୱ ସେବା କରୁଛି। ଇ-ଗଭର୍ଣ୍ଣାନ୍‌ସ୍‌ ଜରିଆରେ ସେମାନଙ୍କ ଆଙ୍ଗୁଠି ଟିପ ଛୁଆଇଁ ଆଜି ଚାଷୀମାନେ ପାଗ ଓ ତା’ର ପୂର୍ବାଭାସ ସମ୍ବନ୍ଧରେ ଆବଶ୍ୟକ ସୂଚନା ପାଉଛନ୍ତି।

ସମ୍ବନ୍ଧିତ ଖବର