କରୋନା ପ୍ରଭାବ: ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ‘ଟ୍ରୀ ହାଉସ’ ନିର୍ମାଣ କଲେ ଏହି ବ୍ୟକ୍ତି

ହାପୁର(ଉତ୍ତରପ୍ରଦେଶ): କରୋନାଭାଇରସଠାରୁ ନିଜକୁ ରକ୍ଷା କରିବା ପାଇଁ ସାମାଜିକ ଦୂରତା ହେଉଛି ଏକ ବଡ ଚାବିକାଠି | ସରକାର ଏ ନେଇ ଆରମ୍ଭରୁ ଲୋକମାନଙ୍କୁ ସଚେତନ କରାଇ ଆସିବା ସହ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି | କିନ୍ତୁ ଆସୋଡା ଗାଁର ଜଣେ ବ୍ୟକ୍ତି ସାମାଜିକ ଦୂରତାକୁ ଗୁରୁତର ସହ ନେଇ ନିଜକୁ ନିରାପଦରେ ରଖିବା ପାଇଁ ଏକ ‘ଟ୍ରୀ ହାଉସ’ ନିର୍ମାଣ କରିଥିବା ଜଣା ପଡିଛି। ମୁକୁଲ ତ୍ୟାଗୀ ନାମକ ଏହି ବ୍ୟକ୍ତି ତିଆରି କରିଥିବା ଘରକୁ ‘ଟ୍ରୀ ହାଉସ’ ନାଁ ଦେଇଥିବା ବେଳେ ଶୁଖିଲା କାଠରେ ସେ ଏହାକୁ ନିର୍ମାଣ କରିଛନ୍ତି  |

ତ୍ୟାଗୀ କହିଛନ୍ତି ଯେ, କରୋନାଭାଇରସ୍ ଭଳି ଭୂତାଣୁର ସଂକ୍ରମଣରୁ ବଂଚିବା ପାଇଁ ସାମାଜିକ ଦୂରତା ହେଉଛି ଏକମାତ୍ର ବାଟ | ସେ କହିଛନ୍ତି, “ସାମାଜିକ ଦୂରତ୍ୱର ନିୟମକୁ ଧ୍ୟାନରେ ରଖି ଆମେ ଏକୁଟିଆ ରହିବାକୁ ସ୍ଥିର କଲୁ। ପରେ ମୋ ପୁଅର ସାହାଯ୍ୟରେ ଗଛ କାଟି ଆମେ ଏହି ‘ଟ୍ରୀ ହାଉସ’ ତିଆରି କରିଛୁ |

social distancing: 'ट्री-हाउस' बनाकर प्रकृति ...
Navbharat Times

ମୁକୁଲଙ୍କ ପୁଅଙ୍କ କହିବା ମୁତାବକ, “ମୋ ବାପା ‘ଟ୍ରୀ ହାଉସ’ ନିର୍ମାଣ କରିବାର ସଂକଳ୍ପ ନେଇଥିଲେ। ଆମେ ଶୁଖିଲା କାଠ ବ୍ୟବହାର କରି ପଟା ତିଆରି କରିଥିଲୁ ଏବଂ ତା’ପରେ ସେହି ପଟାଗୁଡ଼ିକୁ ଏକତ୍ର ବାନ୍ଧିଥିଲୁ। ‘ଟ୍ରୀ ହାଉସ’ ନିର୍ମାଣ କରିବା ଆମ ଜୀବନର ଏକ ବଡ଼ ଅନୁଭୂତି ଥିଲା। ଏଠାରେ ବାସ କରିବା ଦ୍ୱାରା ଆମେ ପ୍ରକୃତିର ନିକଟତର ଅନୁଭବ କରୁଛୁ ଏବଂ ଏଠାରେ ପରିବେଶ ମଧ୍ୟ ବହୁତ ପରିଷ୍କାର ଅଟେ। ମୁଁ ଜଙ୍ଗଲରେ ରହିବାର ମୋର ଅଭିଜ୍ଞତାକୁ ଉପଭୋଗ କରୁଛି” ବୋଲି ସେ କହିଛନ୍ତି |

ସମ୍ବନ୍ଧିତ ଖବର