ଧୋଲାବିରାରେ ଥିବା ହରପ୍ପାକାଳୀନ ସହରକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ମାନ୍ୟତା

ନୂଆଦିଲ୍ଲୀ : ଗୁଜୁରାଟର ଧୋଲାବିରାଠାରେ ମିଳିଥିବା ପ୍ରାଚୀନ ହରପ୍ପା ସଭ୍ୟତାର ଧ୍ବଂସାବଶେଷକୁ ୟୁନେସ୍କୋ ବିଶ୍ବ ଐତିହ୍ୟ ମାନ୍ୟତା ଦିଆଯାଇଛି । ଏହା ସହିତ ତେଲେଙ୍ଗାନାରେ ଥିବା କାକତିୟ ରୁଦ୍ରେଶ୍ବର ମନ୍ଦିରକୁ ମଧ୍ୟ ବିଶ୍ବ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି । ଚୀନର ଫୁଜୁଠାରେ ବସିଥିବା ୟୁନେସ୍କୋ ବିଶ୍ବ ଐତିହ୍ୟ କମିଟିର ୪୪ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ଦୁଇଟି ଐତିହ୍ୟକୁ ମିଶାଇଲେ ଭାରତରେ ଥିବା ୟୁନେସ୍କୋ ବିଶ୍ବ ଐତିହ୍ୟ ସଂଖ୍ୟା ୪୦ରେ ପହଞ୍ଚିଛି ।

ଧୋଲାବିରାକୁ ବିଶ୍ବ ଐତିହ୍ୟ ମାନ୍ୟତା ମିଳିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଆନନ୍ଦ ପ୍ରକାଶ କରିଛନ୍ତି । ଏକ ଟ୍ବିଟ କରି ମୋଦୀ ଲେଖିଛନ୍ତି ଯେ ଅତୀତରେ ଧୌଲାବିରା ଏକ ଉନ୍ନତ ସହର ସଭ୍ୟତା ଥିଲା ଓ ଆମକୁ ଅତୀତ ସହ ଯୋଡ଼ିବାକୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ଜିଜ୍ଞାସୁଙ୍କ ପାଇଁ ଏହା ନିଶ୍ଚିତ ପରିଦର୍ଶନ କରିବାର ଏକ ସ୍ଥାନ ।

ସମ୍ବନ୍ଧିତ ଖବର