ଭାରତୀୟ ଯୁବକଙ୍କୁ ମନ ଦେଇ ବସିଲେ ବିଦେଶିନୀ, ବିବାହ ପାଇଁ ଭାରତ ଆସିବା ପରେ ବିବାହରେ ବିଳମ୍ବ ହେବାରୁ ମୋଦିଙ୍କୁ କଲେ ଟ୍ଵିଟ୍‌

ନୂଆଦିଲ୍ଲୀ : ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି । ଯେଉଁଠି ଜଣେ ବିଦେଶିନୀ ଜଣେ ଭାରତୀୟଙ୍କୁ ମନ ଦେଇ ବସିବା ପରେ ଭାରତ ଆସି ବିବାହ କରିଛନ୍ତି । ତେବେ ଏ ଘଟଣାରେ ନୂଆ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ଵିଟ୍‌ କରିବା ଘଟଣା । ୟୁକ୍ରେନ୍‌ର ଜଣେ ଯୁବତୀ ଭାରତୀୟ ଯୁବକଙ୍କୁ ମନ ଦେବା ପରେ ବିବାହ କରିବା ପାଇଁ ଭାରତ ଆସିଥିଲେ । କିନ୍ତୁ ଏଠାରେ ତାଙ୍କୁ ବିବାହ କରିବା ପରେ ବିବାହ ପ୍ରମାଣପତ୍ର ମିଳି ପାରି ନଥିଲା । ସମସ୍ତ ଦରକାରୀ କାଗଜପତ୍ର ସେ ଦେଇ ସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ବିବାହ ପ୍ରମାଣପତ୍ର  ମିଳି ପାରି ନାହିଁ । ସେପ୍ଟେମ୍ବର ୩ରେ ତାଙ୍କ ଭିସାର ସମୟ ଅବଧି ଶେଷ ହେବାକୁ ଯାଉଥିବା ବେଳେ ଏ ପର୍ଯ୍ୟନ୍ତ ତାଙ୍କୁ ବିବାହ ପ୍ରମାଣପତ୍ର ମିଳି ନଥିବାରୁ ସେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ଵିଟ୍‌ କରି ସାହାଯ୍ୟ ମାଗିଛନ୍ତି ।

oneindia.com

ସୂଚନା ମୁତାବକ, ଉତ୍ତରପ୍ରଦେଶର ବାଗପତରେ ରହୁଥିବା ଅକ୍ଷତ ତ୍ୟାଗୀ ଋଷୀୟ  ଭାଷା ଶିଖିବାକୁ ଋଷ ଯାଇଥିବା ବେଳେ ତାଙ୍କର ଦେଖା ବେରୋନିକାଙ୍କ ସହ ହୋଇଥିଲା । ଦୁଇ ଜଣଙ୍କ ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇ ଯାଇଥିଲା । ବିବାହ ପାଇଁ ବେରୋନିକା ଭାରତ ଆସିବା ପରେ ସ୍ପେଶାଲ ମ୍ୟାରେଜ୍‌ ଆକ୍ଟ ପାଇଁ ସେ ଜରୁରୀ କାଗଜପତ୍ର ନେଇ ଏଡ଼ିଏମ୍‌ କୋର୍ଟରେ ଜମା କରାଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ସେ କରିଥିବା ଆବେଦନକୁ ନେଇ କୌଣସି ଉତ୍ତର ରଖା ଯାଇ ନାହିଁ । ଏ ପର୍ଯ୍ୟନ୍ତ ତାଙ୍କୁ ବିବାହ ପ୍ରମାଣପତ୍ର ମିଳି ନଥିବା ବେଳେ ଅଧିକାରୀମାନେ ଏହି କାମ କରିବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ କରି ଟ୍ଵିଟ୍‌ କରିଛନ୍ତି ବେରୋନିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏ ନେଇ ଟ୍ଵିଟ୍‌ କରିଥିବା ବେଳେ ୩ଜଣଙ୍କ ତରଫରୁ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ।

ସମ୍ବନ୍ଧିତ ଖବର