ଜୟପୁର: ଘରର ପାଣି ଟାଙ୍କିକୁ ଡେଇଁ ଆତ୍ମହତ୍ୟା କଲେ ଜଣେ ୭୦ ବର୍ଷ ବୟସ୍କା ବ୍ୟକ୍ତି ଏବଂ ତାଙ୍କ ପତ୍ନୀ | ରାଜସ୍ଥାନରେ ଘଟିଛି ଏଭଳି ଘଟଣା | ଜୀବନ ହାରିବା ପୂର୍ବରୁ ଆତ୍ମହତ୍ୟା ପଛର କାରଣ ଲେଖି ପାଣି ଟାଙ୍କି ବାହାରେ ଲଗାଇବା ସହ ଦୁହେଁ ଜୀବନ ହାରିଥିବା ଜଣାଯାଇଛି | ମୃତକମାନେ ହେଲେ ହଜାରିରାମ ବିଷ୍ଣୋଇ ଏବଂ ଚାୱଲି  ଦେବୀ  |

Advertisment

ମିଳିଥିବା ସୁଇସାଇଡ଼ ନୋଟରୁ ଜଣାପଡିଛି ଯେ, ବୃଦ୍ଧ ଦମ୍ପତି, ପୁଅ-ବୋହୂଙ୍କ ଅତ୍ୟାଚାର ସହିନପାରି ଏଭଳି ପଦକ୍ଷପ ନେଇଛନ୍ତି | ସମ୍ପତ୍ତି ପାଇଁ ପୁଅ-ବୋହୂ ମାଡ଼ ମାରିବା ସହ ଖାଇବାକୁ ଦେଉନଥିବା କହିଛି ପୋଲିସ।

ସୁଇସାଇଡ଼ ନୋଟରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଦମ୍ପତିଙ୍କୁ, ପୁଅ ଏବଂ ବୋହୂ କେବଳ ମାଡ଼ ମାରୁନଥିଲେ ବରଂ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦେଉଥିଲେ | ଏହା ସହ ଖାଦ୍ୟ ଦେବା ବନ୍ଦ କରିବା ସହ ତାଟିଆ ନେଇ ଭିକ ମାଗିବାକୁ କହୁଥିଲେ | 

ମିଳିଥିବା ସୂଚନା ମୁତାବକ, ହଜାରିରାମ ୨ଟି ପୁଅ ଓ ୨ଟି ଝିଅର ବାପା | ୨ପୁଅ ହିଁ ତାଙ୍କୁ ବାଡ଼ଉଥିଲେ | ରାଜେନ୍ଦ୍ର ନାମକ ପୁଅ ୩ଥର ବଡ଼ାଇଥିବା ବେଳେ ସୁନୀଲ ନାମକ ପୁଅ ୨ଥର ମାଡ଼ ମାରିଥିଲେ | ସମ୍ପତି ପାଇଁ ଦୁହେଁ ଏଭଳି କରିଥିବା ବେଳେ ସବୁ ସମ୍ପତି ନେବା ପରେ ସେମାନେ ହଜାରିରାମ ବିଷ୍ଣୋଇ ଏବଂ ଚାୱଲିଙ୍କୁ ଖାଇବାକୁ ଦେବା ବନ୍ଦ କରିଦେଇଥିଲେ | ଖାଇବାର ଅଛି ଯଦି ଭିକ ମାଗି ଖାଓ ବୋଲି ସୁନୀଲ ଓ ରାଜେନ୍ଦ୍ର ବୃଦ୍ଧ ଦମ୍ପତିଙ୍କୁ କହିଥିଲେ | ଏସବୁ ସହି ନପାରି ଦମ୍ପତି ଜୀବନ ହାରିଥିବା ଜଣାଯାଇଛି |