‘ଭାରତ ଯୋଡ଼ୋ ଯାତ୍ରା’ରେ ଏହି କାରଣରୁ  ସାମିଲ ହୋଇଛି କୁକୁର

ବୋର୍‌ଗାଓଁ:  ‘ଭାରତ ଯୋଡ଼ୋ ଯାତ୍ରା’ ମଧ୍ୟପ୍ରଦେଶ ଦେଇ ଯାଉଥିବା ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ଓ ପୁଅ ରେହାନ୍‌ ରାହୁଲ୍‌ ଗାନ୍ଧୀଙ୍କ ସହିତ ଯୋଗ ଦେଇଥିଲେ। ଏହି କ୍ରମରେ ଆଉ ଏକ ଖବର ସାମ୍ନାକୁ ଆସିଛି। ୧୦ମାସର ଜର୍ମାନ ସେଫଡେ ‘ମାର୍ବଲ’ ଜଣେ ସିଭିଲ ଇଞ୍ଜିନିୟର ରଜତ ପରାସରଙ୍କ ସହିତ ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ ଏକ ବାଇକ ଯାତ୍ରାରେ ସାମିଲ ହୋଇଛି। ରଜତ ରାହୁଲଗାନ୍ଧିଙ୍କ ଯାତ୍ରାରେ ସାମିଲ ହେବା ପାଇଁ ମଧ୍ୟପ୍ରଦେଶରେ ପହଞ୍ଚିଛନ୍ତି।

ଏହି ଯାତ୍ରା ପୂର୍ବରୁ ମାର୍ବଲ ଓ ରଜତ ଥରେ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିସାରିଛନ୍ତି। କିନ୍ତୁ ଚଳିତ ଥର ସେ ଏକ ବିଶେଷ ବାର୍ତ୍ତା ନେଇ ଯାତ୍ରା କରୁଛନ୍ତି। ରଜତ ଜଣେ ସିଭିଲ ଇଞ୍ଜିନିୟର।

 

ରଜତ ଜାଣିବାକୁ ଚାହନ୍ତି କି ରାହୁଲ ଗାନ୍ଧି ପଶୁପକ୍ଷୀଙ୍କ ବିଷୟରେ କ’ଣ ଚିନ୍ତା କରନ୍ତି। ସେ ପଶୁପକ୍ଷୀଙ୍କ ପାଇଁ ଆଗକୁ କ’ଣ କରିବାକୁ ଚାହାନ୍ତି। ରାହୁଲ ଗାନ୍ଧି ଏହାର ଉତ୍ତର ଦେଲେ ଯାଇ ଯୁବପିଢ଼ିଙ୍କୁ ଜଣାପଡ଼ିବ କି ଯୁବପିଢ଼ିଙ୍କ ପାଇଁ କ’ଣ ଓ କେମିତି ଚିନ୍ତା କରନ୍ତି ସେ। ରଜତ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ପୂରା ଚେଷ୍ଟା କରୁଛନ୍ତି। କାରଣ ‌ତାଙ୍କୁ ଭେଟିଲା ପରେ ହିଁ ସେ ତାଙ୍କ ମନ ଭିତରେ ଥିବା ସମସ୍ତ କଥା କୁ କହି ପାରିବେ।

ଉତ୍ତର ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦିକ ଦାୟିତ୍ବରେ ଥିବା ପ୍ରିୟାଙ୍କା ପ୍ରଥମ ଥର ପାଇଁ ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇଛନ୍ତି। ପାଖକୁ ପାଖ ହୋଇ ପ୍ରିୟଙ୍କା ଓ ରାହୁଲ୍‌ ଚାଲୁଥିବାର ଫଟୋଟିଏ ସେୟାର୍‌ କରି କଂଗ୍ରେସ ଲେଖିଛି: ଆମେ ଏକତ୍ର ଚାଲିଲେ ପଦକ୍ଷେପ ଆହୁରି ସୁଦୃଢ଼ ହେବ।

ମଧ୍ୟପ୍ରଦେଶର ଭୁର୍ଣ୍ଣପୁରରେ ଉପସ୍ଥିତ ଜନତାଙ୍କୁ ଉଦ୍‌ବୋଧନ ଦେଇ ରାହୁଲ୍‌ ଗାନ୍ଧୀ କହି‌ଥିଲେ ଯେ, ସେମାନେ ପ୍ରାୟ ୮ ଘଣ୍ଟା ଚାଲି ଦୈନିକ ପ୍ରାୟ ୨୫ କିଲୋମିଟର୍‌ ଅତିକ୍ରମ କରୁଛନ୍ତି।

 

ସମ୍ବନ୍ଧିତ ଖବର