ବାଣ କାରଖାନାରେ ଭୟାବହ ବିସ୍ଫୋରଣ ପରେ ପରିସ୍ଥିତି କିପରି ଅଛି ବଖାଣିଲେ ଉଦ୍ଧାରକାରୀ କର୍ମଚାରୀ

ଭୋପାଳ: ମଧ୍ୟପ୍ରଦେଶର ହରଦାଠାରେ ଥିବା ଏକ ବାଣ କାରଖାନାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଯେଉଁଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୦ଜଣ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି। ୭୦ଜଣ ଆହତଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ଭଲ ନଥିବାରୁ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୬୩ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ବିସ୍ଫୋରଣ ଘଟଣା ସମ୍ପର୍କରେ ଖବର ପାଇବା ପରେ  ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳ‌ରେ ପହଞ୍ଚି ଯୁଦ୍ଧକାଳିନଭିତ୍ତିରେ ଉତ୍ତରକାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ବିସ୍ଫୋରଣର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା କାମରେ ସାମିଲ ଥିବା ଜଣେ ଉଦ୍ଧ‌ାରକାରୀ କର୍ମଚାରୀ କହିଛନ୍ତି, ‘ଆମେ ଖବର ପାଇ ଘଟଣାସ୍ଥଳରେ ପଞ୍ଚିବା ପରେ ଚାରିଆଡେ ଧୁଆଁ ବାହାରୁଥିଲା। ରାସ୍ତାରେ ଯାତାୟାତ କରୁଥିବା ବାଇକ ଓ କାର ଚାଳକ ବି ଏହି ବିସ୍ଫୋରଣର ଶିକାର ହୋଇଥିଲେ।

ସ୍ଥାନେସ୍ଥାନେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଲୋକେ ପଡ଼ି ରହିଥି‌ଲେ। ଏଥିମଧ୍ୟରୁ କିଛିଲୋକଙ୍କର ବି ମୃତ୍ୟୁ ହୋଇଯାଇଥିଲା। ଉଦ୍ଧାରକାର୍ଯ୍ୟ ଜାରି ରହିଛି। ପରିସ୍ଥିତିକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା କରାଯାଉଛି। ତେବେ ସ୍ଥାନେସ୍ଥାନେ ବାଣ ରଖାଯାଇଥିବାରୁ ବି‌ସ୍ଫୋରଣ ବଢ଼ିବଢ଼ି ଚାଲିଛି।

ଲୋକଙ୍କ ଅବସ୍ଥା ଦେଖି ଘଟଣାସ୍ଥଳକୁ ୧୪ଜଣ ଡାକ୍ତରଙ୍କୁ ଡକା ଯାଇଥିବା ବେଳେ ଘଟଣାସ୍ଥଳରେ ୨୦ଟି ଆମ୍ବୁଲାନ୍ସ ମହଜୁଦ ଅଛି। ଆହୁରି  ୫୦ଟି  ଆମ୍ବୁଲାନ୍ସକୁ ପହଞ୍ଚିବା ପାଇଁ ଖବର ଦିଆଯାଇଛି।

ସୂଚନାନୁସାରେ, ଆଜି ସକାଳେ ମାଗରଡା ରୋଡରେ ଥିବା ଏକ ବେଆଇନ ବାଣ କାରଖାନାରେ ହଠାତ ନିଆଁ ଲାଗିଯାଇଥିଲା । ଏହି କାରଖାନାରେ ୫୦୦ ରୁ ୭୦୦ ଲୋକ କାମ କରୁଥିଲେ ।

ସମ୍ବନ୍ଧିତ ଖବର