ଗୁଜୁରାଟରେ କିଛି କାମକରେ ବୋଲି କଂଗ୍ରେସ ଚାଁହୁନାହିଁ: ହାର୍ଦ୍ଦିକ

ଅହମ୍ମଦାବାଦ: ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଦଳର ରାଜ୍ୟ ନେତୃତ୍ୱ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। କେବଳ ଏତିକି ନୁହେଁ, ନିକଟରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି | ସେ ବର୍ତ୍ତମାନ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ କଂଗ୍ରେସ ନେତୃତ୍ୱ କାହାକୁ କାମ କରିବାକୁ ଦିଅନ୍ତି ନାହିଁ ଏବଂ ଯଦି କେହି ତାହା କରନ୍ତି ତେବେ ସେମାନଙ୍କୁ ଅଟକାଯାଉଛି। ସେ କହିଛନ୍ତି ଯେ ଯଦି କଂଗ୍ରେସ କିଭଳି ଉନ୍ନତି କରିବ ସେ ଦିଗରେ ମୁଁ କାମ କରିବାକୁ ଚାଁହୁଛି ତେବେ ଦଳ ଚାଁହୁନାହି ଯେ ମୁଁ କାମ କରେ | ଆଉ ହାର୍ଦ୍ଦିକଙ୍କ ଲଗାତାର କଂଗ୍ରେସ ବିରୋଧୀ ବୟାନ ହିଁ ଗୁଜୁରାଟ କଂଗ୍ରେସରେ ମତଭେଦ ଥିବାର ପ୍ରମାଣ ଦେଉଛି | ସୂଚନା ଥାଉ କି ଚଳିତ ବର୍ଷ ଶେଷରେ ଗୁଜୁରାଟ ବିଧାନସଭା ନିର୍ବାଚନ ହେବା ପୂର୍ବରୁ ଦଳ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଦଳର ଅନେକ ନେତା ଅସନ୍ତୁଷ୍ଟ ଥିବାବେଳେ ପଟିଦାର ନେତା ତଥା କଂଗ୍ରେସ କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ମଧ୍ୟ ଅସନ୍ତୁଷ୍ଟ ଅଛନ୍ତି ।

ସୂଚନାଯୋଗ୍ୟ ଯେ ହାର୍ଦ୍ଦିକ ପଟେଲ ରାଜ୍ୟ ନେତୃତ୍ୱ ଉପରେ ନିଜର କ୍ରୋଧ ପ୍ରକାଶ କରି କହିଥିଲେ ଯେ ତାଙ୍କୁ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଦାୟିତ୍ୱ ଦିଆଯାଇ ନାହିଁ। ଏ ସଂକ୍ରାନ୍ତରେ ସେ ବହୁବାର କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। କେହି ତାଙ୍କ ଅଭିଯୋଗ ପ୍ରତି ଦୃଷ୍ଟି ଦେଉନାହାନ୍ତି। ଏହା ପରେ ଆମ ଆଦମୀ ପାର୍ଟି ତାଙ୍କୁ ଅଫର ମଧ୍ୟ ଦେଇଥିଲା |

ଆପର ଗୁଜୁରାଟ ୟୁନିଟ୍ ସଭାପତି ଗୋପାଳ ଇତାଲିଆ କହିଥିଲେ ଯେ କଂଗ୍ରେସରେ ଅଭିଯୋଗ କରିବା ପରିବର୍ତ୍ତେ ସେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବା ଉଚିତ୍। ଗୋପାଳ ଇତାଲିଆ କହିଥିଲେ, ‘ଯଦି ହାର୍ଦ୍ଦିକ ପଟେଲ କଂଗ୍ରେସକୁ ପସନ୍ଦ କରନ୍ତି ନାହିଁ, ତେବେ ସେ ଆପ ପରି ଏକ ବିଚାରସମ୍ପନ୍ନ ଦଳରେ ଯୋଗଦେବା ଉଚିତ୍। କଂଗ୍ରେସରେ ଅଭିଯୋଗ କରିବା ଏବଂ ସମୟ ନଷ୍ଟ କରିବା ପରିବର୍ତ୍ତେ ସେ ଯୋଗଦାନ କରିବା ଉଚିତ୍। କଂଗ୍ରେସ ପରି ଏକ ଦଳରେ ତାଙ୍କ ପରି ଉତ୍ସର୍ଗୀକୃତ ଲୋକଙ୍କ ପାଇଁ କୌଣସି ସ୍ଥାନ ନାହିଁ’।

ସମ୍ବନ୍ଧିତ ଖବର