ହୃଦଘାତ ନେଲା ଜୀବନ, ପରଲୋକରେ ଭାରତୀୟ କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବାପା

ନୂଆଦିଲ୍ଲୀ: ଭାରତୀୟ ଟିମର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ଆଜି ସକାଳେ ନିଜ ବାପାଙ୍କୁ ହରାଇଛନ୍ତି। ହୃଦ୍‌ଘାତ କାରଣରୁ ହାର୍ଦ୍ଧିକଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ପରଲୋକ ହୋଇଛି। ଏହି ଖବର ମିଳିବା ପରେ ବରୋଦା ପାଇଁ ସୟଦ ମୁସ୍ତାକ ଅଲି ଟି -୨୦ ଟୁର୍ଣ୍ଣାମେଣ୍ଟ ଖେଳୁଥିବା କ୍ରୁନାଲ ପାଣ୍ଡ୍ୟା ଅଧାରୁ ଖେଳ ଛାଡ଼ିଥିବା ଜଣାପଡ଼ିଛି। କ୍ରୁନାଲ ପାଣ୍ଡ୍ୟା ଏହି କଠିନ ସମୟରେ ନିଜ ପରିବାର ସହିତ ରହିବାକୁ ଟୁର୍ଣ୍ଣାମେଣ୍ଟକୁ ଅଧାରୁ ଛାଡ଼ିଥିବା ସହ ବର୍ତ୍ତମାନ କ୍ରୁନାଲ ପାଣ୍ଡ୍ୟା ସୟିଦ ମୁସ୍ତାକ ଅଲି ଟି -୨୦ ଟ୍ରଫି ଟୁର୍ନାମେଣ୍ଟର ଅଂଶ ହେବେ ନାହିଁ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହି ଖବର ମିଳିବା ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ହାର୍ଦ୍ଦିକ ଏବଂ କ୍ରୁନାଲଙ୍କ ପିତାଙ୍କ ମୃତ୍ୟୁକୁ ନେଇ ସମବେଦନା ଜଣାଇଛନ୍ତି। କୋହଲି ଟ୍ୱିଟ୍ କରି କହିଛନ୍ତି, ହାର୍ଦ୍ଦିକ ଏବଂ କ୍ରୁନାଲଙ୍କ ପିତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ମୋର ହୃଦୟ ଭାଙ୍ଗି ଯାଇଛି। ମୁଁ ତାଙ୍କ ସହିତ ଅନେକ ଥର କଥା ହୋଇଛି। ସେ ବହୁତ ଭଲ ଏବଂ ଜୀବନ୍ତ ମଣିଷ ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। ତୁମେ ଦୁଇଜଣ ନିଜକୁ ମଜବୁତ ରଖ।

ସମ୍ବନ୍ଧିତ ଖବର