ହାର୍ଦ୍ଦିକଙ୍କୁ ଶକ୍ତ ଝଟ୍‌କା: ଲୋକସଭା ନିର୍ବାଚନ ଲଢ଼ିପାରିବେନି

ଦଣ୍ଡାଦେଶ ଉପରେ ରହିତାଦେଶ, ଆବେଦନ ଖାରଜ

ନୂଆଦିଲ୍ଲୀ: ନିକଟରେ କଂଗ୍ରେସରେ ‌ଯୋଗ ଦେଇଥିବା ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ଆଜି ଶକ୍ତ ଝଟ୍‌କା ଲାଗିଛି। ହାର୍ଦ୍ଦିକ ଲୋକସଭା ନିର୍ବାଚନ ଲଢ଼ିପାରିବେନି। ୨୦୧୫ ମେହସନା ଦଙ୍ଗା ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିଲେ ହାର୍ଦ୍ଦିକ ପଟେଲ୍‌। ତେବେ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବାପାଇଁ ସେ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ ମଧ୍ୟ ହାଇକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଲୋକ ପ୍ରତିନିଧି ଅଧିନିୟମ ୧୯୫୧ ଅନୁଯାୟୀ ହାର୍ଦ୍ଦିକ ଲୋକସଭା ନିର୍ବାଚନ ଲଢ଼ିପାରିବେ ନାହିଁ। ‌କୋର୍ଟ ମଧ୍ୟ ହୃଦୟଙ୍ଗମ କରିଛନ୍ତି ଯେ ଏହି ପଟିଦାର ନେତାଙ୍କ ବିରୋଧରେ ଅନେକ ଅପରାଧିକ ମାମଲା ରହିଛି ଏବଂ ୧୭ଟି ଏଫ୍‌ଆଇଆର ରୁଜୁ ହୋଇଛି। ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ହାର୍ଦ୍ଦିକ ନିର୍ବା‌ଚନ ଲଢ଼ିପାରିବେ ନାହିଁ। ଉଲ୍ଲେଖଯୋଗ୍ୟ ହାର୍ଦ୍ଦିକ ପଟେଲ୍‌ ଜାମନଗର ଆସନରୁ ନିର୍ବାଚନ ଲଢ଼ିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ହାର୍ଦ୍ଦିକଙ୍କ ସବୁ ଯୋଜନା ଏବେ ବିଫଳ ହୋଇଛି।

ସମ୍ବନ୍ଧିତ ଖବର