ନୂଆଦିଲ୍ଲୀ: ମାର୍ଚ୍ଚ ୯ ତାରିଖରେ ଦୁବାଇ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ସେମି ଫାଇନାଲରେ କୋହଲି ଦମଦାର ପ୍ରଦର୍ଶନ କରିଥିବା ବେଳେ ରୋହିତ ଫାଇନାଲ ଫାଇଟରେ ଚମତ୍କାର ପ୍ରଦର୍ଶନ କରି ଟିମକୁ ବିଜୟୀ କରାଇଛନ୍ତି । ୮୩ଟି ବଲରେ ରୋହିତ ୭୬ ରନ୍ କରିଛନ୍ତି । ଯେଉଁଥିରେ ୩ଟି ଛକା ଏବଂ ୭ଟି ଚୌକା ରହିଛି । ଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫିର ତୃତୀୟ ଟାଇଟଲ ଜିତିଛି।

Advertisment

ଏହି କ୍ରମରେ ଖବର ଆସିଛି କି ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଟିମ ପାକିସ୍ତାନ ଯାଇ ନଥିଲେ। ଏହି ଘଟଣାକୁ ନେଇ ପାକିସ୍ତାନର କିଛି ଅଧିକାରୀ ଓ ସେଠାକାର ଫ୍ୟାନ୍ସ ନିରାଶ ହୋଇ ଯାଇଛନ୍ତି। ଖେଳ ଶେଷରେ ପାକିସ୍ତାନର ଜଣେ ସାମ୍ବାଦିକ ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳ ପାକିସ୍ତାନ ନଯିବାର କାରଣ ପଚାରିଥିଲେ।

ପାଣ୍ଡ୍ୟା ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ମୁଁ ବି ଚାହୁଁଥିଲି କିନ୍ତୁ ହୋଇ ପାରିଲା ନାହିଁ। ମୁଁ ବିଶ୍ବାସ କରୁଛି କି ଦୁବାଇ ଆସିବି ଅନେକ ପା୍କିସ୍ତାନୀ ଫ୍ୟାନ୍ସ ଖେଳ ଦେଖି ଖୁବ ମଜାକମସ୍ତି କରିଛନ୍ତି।
 କାହିଁକି ଟିମ ପାକିସ୍ତାନ ଗଲା ନାହିଁ ତାହାର ଉତ୍ତର ଦେବା ମୋ ଅଧିକାର ବାହାରେ ରହିଛି। ମୁଁ ଏହି ପ୍ରଶ୍ନର କୌଣସି ପ୍ରକାର ଉତ୍ତର ଦେଇ ପାରିବି ନାହିଁ।’

ଖେଳ ଶେଷ ହେବାପରେ ଅଧିନାୟକ ରୋହିତ ଶର୍ମା ଓ ହେଡ କୋଚ ଗୌତମ ଗମ୍ଭୀର ସମେତ ଅନେକ ଭାରତୀୟ ‌ଖେଳାଳି ନିଜ ଦେଶକୁ ଫେରି ଆସିଛନ୍ତି। ମାର୍ଚ୍ଚ ୨୨ରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ପୁଣିରେ ଚମ୍ପିୟାନ୍ସ ସେମାନଙ୍କ ଦମଦାର ପ୍ରଦର୍ଶନ ଦେଖାଇବେ ବୋଲି ଖେଳପ୍ରେମୀ ଆଶା ବାନ୍ଧି ବସିଛନ୍ତି।