ହିନ୍ଦୁମାନଙ୍କୁ କଂଗ୍ରେସ ଏତେ ଘୃଣା କରୁଛି କାହିଁକି, ପ୍ରଶ୍ନ କଲେ ହାର୍ଦ୍ଦିକ

ଅହମଦାବାଦ: ନିକଟରେ କଂଗ୍ରେସ ଛାଡିଥିବା ରାଜନେତା ତଥା ସାମାଜିକ କର୍ମୀ ହାର୍ଦ୍ଦିକ ପଟେଲ ମଙ୍ଗଳବାର ଦିନ କଂଗ୍ରେସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ଦଳ ଲୋକଙ୍କ ଭାବନାକୁ ଆଘାତ ଦେଇଛି ଏବଂ ହିନ୍ଦୁ ଧର୍ମର ବିଶ୍ୱାସକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ପଟେଲ ଏକ ଟୁଇଟରେ କହିଛନ୍ତି, ‘ମୁଁ ଏହା ପୂର୍ବରୁ ମଧ୍ୟ କହିଥିଲି ଯେ କଂଗ୍ରେସ ଦଳ ଜନସାଧାରଣଙ୍କ ଭାବନାକୁ ଆଘାତ ଦେବା ପାଇଁ କାର୍ଯ୍ୟ କରେ, ସର୍ବଦା ହିନ୍ଦୁ ଧର୍ମର ବିଶ୍ୱାସକୁ କ୍ଷତି କରିବାକୁ ଚେଷ୍ଟା କରେ | ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଗୁଜୁରାଟ କଂଗ୍ରେସ ନେତା ଏକ ବିବୃତି ଦେଇଛନ୍ତି ଯେ କୁକୁରମାନେ ରାମ ମନ୍ଦିରର ଇଟା ଉପରେ ପରିସ୍ରା କରନ୍ତି ! ତେବେ ସେ କୌଣସି ନେତାଙ୍କ ନାମ ନେଇନାହାନ୍ତି ।

ପଟେଲ ଆହୁରି ଲେଖିଛନ୍ତି, ‘ମୁଁ କଂଗ୍ରେସ ଏବଂ ଏହାର ନେତାମାନଙ୍କୁ ପଚାରିବାକୁ ଚାହେଁ ଯେ, ପ୍ରଭୁ ଶ୍ରୀ ରାମଙ୍କ ସହିତ ଆପଣଙ୍କର କ’ଣ ଶତ୍ରୁତା ଅଛି? ତୁମେ ହିନ୍ଦୁମାନଙ୍କୁ କାହିଁକି ଘୃଣା କର? ଅନେକ ବର୍ଷ ପରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ଏକ ମନ୍ଦିର ନିର୍ମାଣ କରାଯାଉଛି, ତଥାପି କଂଗ୍ରେସ ନେତାମାନେ ପ୍ରଭୁ ଶ୍ରୀରାମଙ୍କ ବିରୋଧରେ ବିବୃତି ଦେବା ଜାରି ରଖିଛନ୍ତି।

ସୂଚନା ଥାଉ କି, ମେ ୧୮ରେ ହାର୍ଦ୍ଦିକ କଂଗ୍ରେସରୁ ଇସ୍ତଫା ଦେଇଥିଲେ | ତାଙ୍କ ଇସ୍ତଫା ପତ୍ରରେ ସେ ଲେଖିଥିଲେ ଯେ କଂଗ୍ରେସ ଦଳ କେବଳ ବିରୋଧର ରାଜନୀତିରେ ସୀମିତ ରହିଥିବାବେଳେ ଦେଶର ଲୋକମାନେ ବିରୋଧୀ ଚାହୁଁନାହାଁନ୍ତି ବରଂ ଏକ ବିକଳ୍ପକୁ ଚାଁହୁଛନ୍ତି ଯାହାକି ସେମାନଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରେ ଏବଂ ଆମ ଦେଶକୁ ଆଗକୁ ନେବାକୁ କ୍ଷମତା ରଖିଛି।

ସମ୍ବନ୍ଧିତ ଖବର