କଂଗ୍ରେସରେ ଯୋଗ ଦେବେ ହାର୍ଦ୍ଦିକ ପଟେଲ୍‌ , ଜାମନଗରରୁ ଲୋକସଭା ନିର୍ବାଚନ ଲଢ଼ିବେ !

ନୂଆଦିଲ୍ଲୀ: ଗୁଜୁରାଟର ପାଟିଦାର୍‌ ନେତା ହାର୍ଦ୍ଦିକ ପଟେଲ୍‌ ଆଗାମୀ ମାର୍ଚ୍ଚ ୧୨ ତାରିଖରେ ବିଧିବଦ୍ଧଭାବେ କଂଗ୍ରେସରେ ଯୋଗ ଦେବେ ବୋଲି ଜଣାଯାଇଛି। ଖାଲି ସେତିକି ନୁହେଁ ହାର୍ଦ୍ଦିକ ପଟେଲ୍‌ ଗୁଜୁରାଟର ଜାମନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଜଣାଯାଇଛି।

ବର୍ତ୍ତମାନ ଜାମନଗରରୁ ଲୋକସଭା ସଦସ୍ୟ ଅଛନ୍ତି ପୁନମବେନ୍‌ ମାଦମ୍‌। ସେ ଭାରତୀୟ ଜନତା ପାର୍ଟର ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଛନ୍ତି। ହାର୍ଦ୍ଦିକ ପଟେଲ୍‌ ଅହମ୍ମଦବାଦଠାରେ କଂଗ୍ରେସ କାର୍ଯ୍ୟକାରୀ ସମିତିର ବୈଠକ ଅବସରରେ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେବେ ବୋଲି କୁହାଯାଉଛି। ଏହି ଅବସରରେ ହାର୍ଦ୍ଦିକ ପଟେଲ କଂଗ୍ରେସ ଦଳ ପକ୍ଷରୁ ଦେବେ ବୋଲି କୁହାଯାଉଛି।

ଏହି ଅବସରରେ ହାର୍ଦ୍ଦିକ ପଟେଲ କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ ଏକ ସଭାରେ ମଧ୍ୟ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ କରିଛନ୍ତି। କଂଗ୍ରେସ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜୁରାଟ ଉପରେ ଅଧିକ ଗରୁତ୍ୱ ଦେଉଛି। ଏ ଦୃଷ୍ଟିରୁ ହାର୍ଦ୍ଦିକ ପଟେଲଙ୍କ ଯୋଗଦାନ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର