୨୭ରେ ବିବାହ କରିବେ ହାର୍ଦ୍ଦିକ ପଟେଲ୍‌

ଅହମଦାବାଦ୍‌ : ଗୁଜରାଟର ପଟିଦାର ନେତା‌ ହାର୍ଦ୍ଦିକ ପଟେଲ୍‌ ଆସନ୍ତା ୨୭ ତାରିଖରେ ବିବାହ କରିବେ। ନିଜ ପିଲାଦିନର ବନ୍ଧୁ କିଞ୍ଜଲ ପାରିଖ୍‌ଙ୍କୁ ସେ ବିବାହ କରିବେ। ହାର୍ଦ୍ଦିକ କହିଛନ୍ତି ଯେ ଅତି ସାଦାସିଧା ଢଙ୍ଗରେ ସେ ବିବାହ‌ କରିବେ। କେବଳ ପରିବାରର ଘନିଷ୍ଠ ଏବଂ ସମ୍ପର୍କୀୟ ମାନେ ବିବାହ ଉତ୍ସବରେ ସାମିଲ ‌ହେବେ। ହାର୍ଦ୍ଦିକଙ୍କ ବାପା ଭାରତ ପଟେଲ ଏବଂ ଘନିଷ୍ଠ ସହଯୋଗୀ ନିଖିଳ ସବାନୀ ହାର୍ଦ୍ଦିକଙ୍କ ବିବାହ ନେଇ ସ୍ପ‌ଷ୍ଟ କରିଛନ୍ତି। ସୁରେନ୍ଦ୍ରନଗର ଜିଲ୍ଲାର ଦିଗସର ଗ୍ରାମରେ ହାର୍ଦ୍ଦିକଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର