ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଛୋଟିଆ ସିପାହୀଟିଏ ହେବି ବୋଲି ଆଜି ବିଜେପିରେ ଯୋଗ ଦେବା ପୂର୍ବରୁ ଟୁଇଟ୍ କରି ହାର୍ଦ୍ଦିକ ପଟେଲ୍ କହିଛନ୍ତି।
ଟୁଇଟ୍ରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶ, ରାଜ୍ୟ, ସର୍ବସାଧାରଣ ଏବଂ ସାମାଜିକ ହିତ ଦୃଷ୍ଟିରୁ ସେ ତାଙ୍କ ଜୀବନର ନୂତନ ପର୍ଯ୍ୟାୟ ଆରମ୍ଭ କରିବେ। ଟୁଇଟ୍ ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରି ହାର୍ଦ୍ଦିକ ପଟେଲ୍ ଲେଖିଛନ୍ତି, ନରେନ୍ଦ୍ର ଭାଇ ମୋଦୀଙ୍କ ସଫଳ ନେତୃତ୍ବରେ ଦେଶର ମହତ୍ ସେବାରେ ମୁଁ ଜଣେ ସାମାନ୍ୟ ସିପାହୀ ଭାବେ କାର୍ଯ୍ୟ କରିବି।
राष्ट्रहित, प्रदेशहित, जनहित एवं समाज हित की भावनाओं के साथ आज से नए अध्याय का प्रारंभ करने जा रहा हूँ। भारत के यशस्वी प्रधानमंत्री श्री नरेन्द्र भाई मोदी जी के नेतृत्व में चल रहे राष्ट्र सेवा के भगीरथ कार्य में छोटा सा सिपाही बनकर काम करूँगा।
— Hardik Patel (@HardikPatel_) June 2, 2022
ଗୁଜରାଟର ବିଜେପି ସଭାପତି ସି.ଆର୍. ପଟେଲ୍ ପଟିଦାର ନେତା ହାର୍ଦ୍ଦିକ ପଟେଲ୍ଙ୍କୁ ଦଳରେ ସାମିଲ୍ କରାଇବେ।
କିଛି ମାସ ଧରି ହାର୍ଦ୍ଦିକ ପଟେଲ୍ କଂଗ୍ରେସ ଉପରେ ଅସନ୍ତୋଷ ବ୍ୟକ୍ତ କରିଆସୁଥିଲେ। ଗୁଜରାଟର ବାସ୍ତବ ସମସ୍ୟା ଉପରେ କଂଗ୍ରେସ ନେତୃତ୍ବର ଆଗ୍ରହ ନାହିଁ ଅଭିଯୋଗ କରି ଶେଷରେ ମେ ୧୮ ତାରିଖ ଦିନ ହାର୍ଦ୍ଦିକ ପଟେଲ୍ ଦଳରୁ ଇସ୍ତଫା ଦେଇଥିଲେ।
ଗୁଜରାଟର କଂଗ୍ରେସ ନେତାମାନଙ୍କର ମଧ୍ୟ ଏ ଦିଗରେ ଆଦୌ ଆଗ୍ରହ ନାହିଁ। ଦିଲ୍ଲୀରୁ ଆସୁଥିବା ନେତାମାନଙ୍କୁ ଠିକ୍ ଭାବେ ‘ଚିକେନ୍ ସ୍ୟାଣ୍ଡ୍ୱିଚ୍’ ପରିବେଷଣ କରାଯିବା ଉପରେ ସେମାନେ ଧ୍ୟାନ ଦେଉଛନ୍ତି ବୋଲି ହାର୍ଦ୍ଦିକ କହିଥିଲେ।