ନୂଆଦିଲ୍ଲୀ: ବିଜେପି ଆଜି ଗୁଜରାଟ ପାଇଁ ଜାରି କରିଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅନେକ ନୂଆ ମୁହଁ ସାମିଲ ହୋଇଛନ୍ତି। ଅନ୍ୟପକ୍ଷେ ବହୁ ଟାଣୁ୍ଆ ନେତା ତାଲିକାରୁ ବାଦ୍ ପଡ଼ିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘାଟଲୋଡ଼ିୟା ନିର୍ବାଚନମଣ୍ଡଳୀରୁ ଲଢ଼ିବେ। ଗୃହମନ୍ତ୍ରୀ ହର୍ଷ ସଂଘବୀଙ୍କୁ ମଜୁରା ଆସନରୁ ପ୍ରାର୍ଥୀ କରାଯାଇଛି। ପଟିଦାର ନେତା
ହାର୍ଦ୍ଦିକ ପଟେଲ ବୀରମଗାମ ନିର୍ବାଚନମଣ୍ଡଳୀରୁ ଲଢ଼ିବେ। କ୍ରିକେଟର ରବିନ୍ଦ୍ର ଜାଡ଼େଜାଙ୍କ ପତ୍ନୀ ରିବାବା ଜାଡ଼େଜା ଜାମନଗର ଉତ୍ତରରୁ ନିର୍ବାଚନ ଲଢ଼ିବେ। ଓବିସି ନେତା ଅଳ୍ପେଶ ଠାକୁରଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକେଟ ମିଳିନି। ସବୁଠୁ ଆଶ୍ଚର୍ଯ୍ୟଜନକ ହେଉଛି ଅହମଦାବାଦରେ ବର୍ତ୍ତମାନ ବିଧାୟକ ଥିବା ସମସ୍ତ ୧୧ ଜଣ ଏବଂ ରାଜକୋଟ ସହରରୁ ୪ ଜଣଙ୍କୁ ଟିକେଟ ମିଳିନି। ମୋର୍ବି ବିଧାୟକ ବ୍ରିଜେଶ ମେର୍ଜାଙ୍କୁ ମଧ୍ୟ ଟିକେଟ ମିଳିନାହିଁ। ରିବାବାଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ରବିନ୍ଦ୍ର ଜାଡ଼େଜା ଆଜି ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ କୃତଜ୍ଞତା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/65sf4h65s4fh65f4h65fh.jpg)