ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେଇଥିବା ଅଳ୍ପେଶ ଠାକୁର, ଜିଗ୍ନେଶ ମେଓ୍ଵାନି ଏବଂ ହାର୍ଦ୍ଦିକ ପଟେଲ ମଧ୍ୟ ପ୍ରଦେଶ ବିଧାନସଭ ନିର୍ବାଚନରେ ଜୋର୍ଦାର ପ୍ରଚାର କରିବାକୁ ତୟାର ହେଉଛନ୍ତି। ତିନି ଯୁବନେତା ମଧ୍ୟପ୍ରଦେଶରେ ଡେରା ପକାଇବେ ଏବଂ କେତେକ ମେଗାର୍ୟାଲିରେ ମଧ୍ୟ ଉଦ୍୍ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏବେ ଅଳ୍ପେଶ ଠାକୁର ମଧ୍ୟପ୍ରଦେଶରେ କଂଗ୍ରେସ ପାଇଁ ପ୍ରଚାର ଚଳାଇଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ପୂର୍ବରୁ ତିନି ନେତାଙ୍କ ଏଭଳି ପ୍ରୟାସକୁ ମୁକାବିଲା କରିବା ପାଇଁ ବିଜେପି ମଧ୍ୟ ରଣନୀତି ତୟାର କରୁଛି। ମଧ୍ୟପ୍ରଦେଶରେ ଶିବରାଜ ସରକାର ଓବିସି ସମୁଦାୟ ବିରୋଧରେ କାମ କରୁଥିବାରୁ ଏହା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ଅଳ୍ପେଶ କହିଛନ୍ତି।
ହାର୍ଦ୍ଦିକ-ଅଳ୍ପେଶ-ଜିଗ୍ନେଶ ମଧ୍ୟପ୍ରଦେଶରେ ପ୍ରଚାର କରିବେ
/sambad/media/post_attachments/wp-content/uploads/2018/02/d392bc6f9609e663ddf632bc6a09ddfc_342_660.jpg)