କିଛି ସମୟ ମଧ୍ୟରେ ଘରେ ପହଞ୍ଚି ଥାଆନ୍ତେ ବରଯାତ୍ରୀ, କିନ୍ତୁ ସିଲିଣ୍ଡର ବିସ୍ଫୋରଣରେ ଚାଲିଗଲା କନ୍ୟାର ମା’ ଓ ପିଉସୀଙ୍କ ଜୀବନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ହଠାତ କନ୍ୟାଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କନ୍ୟାଙ୍କ ମା’ ଓ ପିଉସୀଙ୍କ ଘଟଣାସ୍ଥଳରେ ହଁ ପ୍ରାଣବାୟୁ ଉଡ଼ି ଯାଇଥିଲା। କନ୍ୟାଙ୍କ ମୃତ ମା’ଙ୍କ ନାମ ମଞ୍ଜୁ ଓ ପିଉସୀଙ୍କ ନାମ ଶର୍ମିଲା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, କନ୍ୟାଙ୍କ ଘରେ ବିବାହ ପାଇଁ ଲୋକେ ଭର୍ତ୍ତି ଥିଲେ। ଖିଆପିଆ ଚାଲିଥିଲା। ଏହି ସମୟରେ ସିଲିଣ୍ଡର ଲିକ ଅଛି ବୋଲି କେହି ବି ଜାଣି ନଥିଲେ। ଯେମିତି କେହି ଜଣେ କୌଣସି କାମରେ ମାଚିସ ମାରି ଦେଇଛନ୍ତି। ହଠାତ ସିଲିଣ୍ଡର ବିସ୍ଫୋରଣ ହୋଇ ନିଆଁ ଲାଗି ଯାଇଥିଲା।

ଏହି ସମୟରେ ରୋଷେଇ ଘରେ ଥିବା କନ୍ୟାଙ୍କ ମା’ ଓ ପିଉସୀ ଦୌଡ଼ି ଯିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ପଡ଼ିଥିବା ପାଇପରେ ତାଙ୍କ ଗୋଡ଼ ଛନ୍ଦି ହୋଇଯାଇଥିଲା। ଆଉ ନଣନ୍ଦ ଓ ଭାଉଜ ଦୁହେଁ ସେଠାରେ ପଡ଼ି ଯାଇଥିଲେ। ଆଉ ନିଆଁ ଦୁହିଁଙ୍କ ଶରୀରରେ ଲାଗି ଯାଇଥିଲା।

ଦୁଃଖର ବିଷୟ କି ଦୁହିଁଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ି ଯାଇଥିଲା।ଏହି ଦୁଃଖଦ ଘଟଣା ପରେ ହସଖୁସିରେ ପୂରି ଉଠିଥିବା ପରିବାରରେ ଶୋକରଛାୟା ଖେଳି ଯାଇଥିଲା। କନ୍ୟାଙ୍କ ପିତା ସଞ୍ଜୀବ ସ୍ତ୍ରୀ ଓ ଭଉଣୀଙ୍କୁ ହରାଇ ଚେତାଶୂନ୍ୟ ହୋଇପଡ଼ୁଛନ୍ତି। କିଛି କହିବା ଅବସ୍ଥାରେ ନାହାନ୍ତି ସେ। ତାଙ୍କ ସହିତ ଯାହା ଘଟିଗଲା ସେମିତି ଆଉ କାହା ଜୀବନରେ ନଘଟୁ ବୋଲି ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର