୨୦୨୧ କୁମ୍ଭ ସାହି ସ୍ନାନ ତାରିଖ ଘୋଷଣା

ଡେରାଡ଼ୁନ : ହରିଦ୍ବାରଠାରେ ୨୦୨୧ କୁମ୍ଭର ସାହି ସ୍ନାନ ଦିବସ ଗୁଡ଼ିକ ଘୋଷଣା କରାଯାଇଛି। ସାଧୁ ସନ୍ଥଙ୍କ ସହ ଆଲୋଚନା ପରେ ଉତ୍ତର ଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ତାରିଖ ଗୁଡ଼ିକ ଘୋଷଣା କରିଛନ୍ତି। ପ୍ରଥମ ସାହି ସ୍ନାନ (ପବିତ୍ର ବୁଡ଼) ୨୦୨୧ ମାର୍ଚ୍ଚ ୧୧ (ମହା ଶିବରାତ୍ରି)ରେ ହେବ। ସେହିଭଳି ଦ୍ବିତୀୟ ଏପ୍ରିଲ ୧୨ (ସୋମ୍ବାତି ଅମାବାସ୍ୟା), ତୃତୀୟ ଏପ୍ରିଲ ୧୪ ( ବୈଶାଖୀ କୁମ୍ଭ ସ୍ନାନ))ରେ ଏବଂ ଚତୁର୍ଥ ଏପ୍ରିଲ ୨୭( ଚୈତ୍ର ପୂର୍ଣ୍ଣିମା)ରେ ହେବ। ଏହାବ୍ୟତୀତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ନାନ ମକର ସଂକ୍ରାନ୍ତି (ଜାନୁଆରି ୧୪), ‌ଫେବ୍ରୁଆରି ୧୧( ମୌନି ଅମାବାସ୍ୟା), ଫେବ୍ରୁଆରି ୧୬ (ବସନ୍ତ ପଞ୍ଚମୀ), ଫେବ୍ରୁଆରି ୨୭ (ମାଘ ପୂର୍ଣ୍ଣିମା), ଏପ୍ରିଲ ୧୩ ( ନବ ସମ୍ବତ୍ସର) ଏବଂ ଏପ୍ରିଲ ୨୧ ( ରାମ ନବମୀ)ରେ ହେବ। ଏହି ପର୍ବ ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ଧାର୍ଯ୍ୟ ସମୟରେ ସାରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର