ହରିଦ୍ୱାରକୁ ଅସ୍ଥି ବିସର୍ଜନ କରିବାକୁ ଯାଉଛନ୍ତି କି? ଜାଣିରଖନ୍ତୁ ଜାରି ହୋଇଛି ଏଇ ନିୟମ

ହରିଦ୍ୱାର : ଗଙ୍ଗାରେ ପିତୃ ପୁରୁଷଙ୍କର ଅସ୍ଥି ବିସର୍ଜନ ପାଇଁ ଆପଣ ହରିଦ୍ୱାର ଯିବାକୁ ବିଚାର କରୁଛନ୍ତି କି? ଯଦି ହଁ ତେବେ ହରିଦ୍ୱାର ଯିବା ପୂର୍ବରୁ ଏହି ସବୁ ନୂଆ ନିୟମ ଜାଣିନିଅନ୍ତୁ | କାରଣ ଏହି ନୂଆ ନିୟମ ପାଳନ ନ କଲେ ଆପଣଙ୍କୁ ହରିଦ୍ୱାରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ |

ସ୍ଥାନୀୟ ପ୍ରଶାସନର ନୂଆ ନିୟମ ମୁତାବକ ଏଣିକି ହରିଦ୍ୱାର ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି | ସେହିପରି ହରିଦ୍ୱାର ଆସିବା ପୂର୍ବରୁ ହରିଦ୍ୱାରର ସ୍ମାର୍ଟ ସିଟି ପୋର୍ଟାଲ smartcitydehradun.uk.gov.in ରେ ପଞ୍ଜିକରଣ କରିବାକୁ ପଡିବ | ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ ପାଇଁ ଆସୁଥିବା ଲୋକଙ୍କୁ ଆରଟିପିସିଆର ରିପୋର୍ଟ ଦେଖାଇବାକୁ ପଡିବ |

ତେବେ ଜଣେ ଯଦି କୋଭିଡ ଟିକାର ଦୁଇଟି ଡୋଜ ନେଇଥିବେ, ତେବେ ଏହି ରିପୋର୍ଟ ଦେଖାଇବାର ଆବଶ୍ୟକତା ନାହିଁ | ଆସନ୍ତା ଛଅ ତାରିଖ ଯାଏଁ ଏହି ନିୟମ ଲାଗୁ କରାଯାଇଛି |

ସୂଚନା ଥାଉ କି ବୋଲବମ ଭକ୍ତଙ୍କ ପାଇଁ ପ୍ରବେଶରେ ପ୍ରତିବନ୍ଧକ ଥିବା ସତ୍ୱେ କିଛି କାଉଡିଆ ଲୁଚି ଲୁଚି ହରିଦ୍ୱାର ଆସୁଛନ୍ତି | ଏମାନେ ପ୍ରଶାସନ ଆଗରେ ମିଛରେ ଅସ୍ଥି ବିସର୍ଜନ କଥା କହୁଥିବାରୁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛି |

ସମ୍ବନ୍ଧିତ ଖବର