ହାରିମାଉ ଶକ୍ତି ୨୦୧୮: ଘନ ଜଙ୍ଗଲରେ ତାଲିମ ଅଭ୍ୟାସ କରିବେ ଭାରତ ଓ ମାଲେସିଆ ସୈନିକ

ନୂଆଦିଲ୍ଲୀ: ଭାରତ ଓ ମାଲେସିଆ ସୈନିକମାନେ ଚଳାଇଥିବା ମିଳିତ ସାମରିକ ଅଭ୍ୟାସ ‘ହାରିମାଉ ଶକ୍ତି’ର ଆଉ ଏକ ଭାଗ ଏପ୍ରିଲ୍‌ ୩୦ ତାରିଖ ରୁ ମେ ୧୩ ତାରିଖ ଯାଏଁ ମାଲେସିଆ ଅନ୍ତର୍ଗତ ସେଙ୍ଗାଇ ପେର୍‌ଡିକ୍‌, ହୁଲୁ ଲଙ୍ଗତ୍‌ର ଘନ ଜଙ୍ଗଲରେ ଚାଲିବ। ଉଭୟ ସୈନିକମାନଙ୍କୁ ଜଙ୍ଗଲ ଅଞ୍ଚଳରେ ବିଦ୍ରୋହ ଦମନକାରୀ ଅଭିଯାନ ଚଳାଇବାରେ ଗୁରୁତ୍ୱପୂର୍ଣ୍ଣ ଅନୁଭୂତି ହାସଲ କରିବା ଏହି ଅଭିଯାନର ଉଦ୍ଦେଶ୍ୟ।

ଭାତର ତରଫରୁ ସର୍ବ ପୁରାତନ ପଦାତିକ ବାଟାଲିୟନ୍‌ ‘ଫୋର୍‌ ଗ୍ରେନାଡିୟସ୍‌’ ଏବଂ ମାଲେସିଆ ପକ୍ଷରୁ ଓ୍ଵାନ୍‌ ରୟଲ୍‌ ରେଞ୍ଜର୍‌ ରେଜିମେଣ୍ଟ୍‌ ଏବଂ ରୟଲ୍‌ ମାଲୟେ ରେଜିମେଣ୍ଟ୍‌ ଏହି ମିଳିତ ସମରାଭ୍ୟାସରେ ଯୋଗ ଦେଇଛନ୍ତି। ଉଭୟ ପକ୍ଷର ସୈନ୍ୟମାନଙ୍କର ଜଙ୍ଗଲିଆ ଅଭିଯାନରେ ଉତ୍ତମ ଅଭିଜ୍ଞତା ରହିଛି।

ଏହି ଅଭିଯାନରେ ପ୍ରଥମେ କ୍ରସ୍‌-ଟ୍ରେନିଙ୍ଗ୍‌ ଫେଜ୍‌ ଅଭ୍ୟାସ କରାଯିବା ପରେ ୭ ଦିନ ଧରି ହୁଲୁ ଲଙ୍ଗତ୍‌ ଜଙ୍ଗଲରେ ସାତ ଦିନ ଧରି କ୍ଷେତ୍ର ତାଲିମ୍‌ ଦିଆଯିବ। ଏଥିରେ ଉଭୟ ପକ୍ଷର ସୈନିକମାନେ ମିଳିତ ଭାବେ ଅନେକଗୁଡ଼ିଏ କାର୍ଯ୍ୟକଳାପର ଯୋଜନା କରି ତାକୁ କାର୍ଯ୍ୟକାରୀ କରିବେ। ଜଙ୍ଗଲ ଯୁଦ୍ଧରେ କୌଶଳପୂର୍ଣ୍ଣ ଅଭିଯାନ ଚଳାଇବା ଉପରେ ଧ୍ୟାନ ଦେବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ।

ସମ୍ବନ୍ଧିତ ଖବର