ତାମିଲନାଡ଼ୁରେ ହାରିସ୍‌ଙ୍କ ଗ୍ରାମ ଉତ୍ସବ ମୁଖର

ଥୁଲାସେନ୍ଦ୍ରପୁରମ୍ : କମଳା ହାରିସ୍‌ ଆମେରିକାର ନୂଆ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାର ମାତ୍ର କିଛି ଘଣ୍ଟା ପୂର୍ବରୁ ତାଙ୍କ ଗ୍ରାମରେ ଖୁସିର ଲହରି ଖେଳି ଯାଇଛି। ହାରିସ୍‌ଙ୍କ ଗ୍ରାମ ଉତ୍ସବମୁଖର ହୋଇ ଉଠିଛି। ହାରିସ୍‌ଙ୍କ ଜେଜେବାପାଙ୍କ ଗ୍ରାମ ଥୁଲାସେନ୍ଦ୍ରପୁରମ୍‌ ଚେନ୍ନାଇଠାରୁ ପ୍ରାୟ ୩୫୦ କିମି ଦୂର। ଗ୍ରାମବାସୀମ‌ାନେ ହାରିସ୍‌ଙ୍କ ସଫଳତା ପାଇଁ ବେଶ୍‌ ଖୁସି ଅଛନ୍ତି ଏବଂ ସେମାନେ ଉତ୍ସବ ମନାଉଛନ୍ତି। ଗ୍ରାମର ଜଣେ ଶିକ୍ଷକ ଅନୁକମ୍ପା ମାଧବସିମହନ୍‌ କହିଛନ୍ତି, ହାରିସ୍‌ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଆମେ ଖୁବ୍‌ ଗର୍ବ ଅନୁଭବ କରୁଛୁ। ଅନେକ ଗ୍ରାମବାସୀ କହିଛନ୍ତି ଆସନ୍ତା ୪ ବର୍ଷ ମଧ୍ୟରେ ଯଦି ହାରିସ୍‌ ଭାରତକୁ ନିଷ୍ଠାର ସହ ସମର୍ଥନ କରନ୍ତି ତେବେ ସେ ଆମେରିକାର ରାଷ୍ଟ୍ରପତି ହେବେ। ଆମେରିକାରେ ନିର୍ବାଚନ ପୂର୍ବରୁ ହାରିସ୍‌ଙ୍କ ବିଜୟ କାମନା କରି ତାଙ୍କ ଗ୍ରାମରେ ସ୍ବତନ୍ତ୍ର ପୂଜାର୍ଚ୍ଚନା‌ କରାଯାଇଥିଲା।

ସମ୍ବନ୍ଧିତ ଖବର