ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଜେଡିୟୁ ସାଂସଦ ହରିବଂଶ ସିଂହ

ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିବସରେ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)ର ସାଂସଦ ହରିବଂଶ ସିଂହ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ଦ୍ୱିତୀୟ ଥର ପାଇଁ ବିଧିବଦ୍ଧ ଭାବେ ନିର୍ବାଚିତ ହୋଇଛନ୍ତି। ହରିବଂଶ ସିଂହ ବିଧିବଦ୍ଧ ଭାବେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କାୟା ନାଇଡୁ ଆଜି (ସୋମବାର) ଅପରାହ୍ନରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି।

ବିଜେପି ରାଜ୍ୟସଭା ସାଂସଦ ଜେପି ନଡ୍ଡା ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ପାଇଁ ଏନଡିଏ ପ୍ରାର୍ଥୀ ଭାବେ ଜେଡିୟୁ ସାଂସଦ ହରବଂଶ ସିଂହ ନାମ ପ୍ରସ୍ତାବ କରିଥିଲେ ଏହାକୁ ଅନ୍ୟତମ ସାଂସଦ ଥାୱାରଚାନ୍ଦ ଗେହଲୋଟ୍‌ ସମର୍ଥନ କରିଥିଲେ। ପରେ, ବାଚନିକ ଭୋଟରେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ହରିବଂଶ ସିଂହ।
ରାଜ୍ୟସଭାର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାମାନେ ଜେଡି (ୟୁ) ସାଂସଦ ହରିବଂଶ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସଂସଦରେ ହରିବଂଶ ଜୀ ଯେପରି ଦାୟିତ୍ୱପୂର୍ଣ୍ଣ ଓ ପ୍ରତିବଦ୍ଧତାର ସହ ନିଜର କର୍ତ୍ତବ୍ୟ ସଂପାଦନ କରିଛନ୍ତି ତାହା ପ୍ରଶଂସନୀୟ।

ସମ୍ବନ୍ଧିତ ଖବର