ନୂଆଦିଲ୍ଲୀ: ହରିୟାଣାର ମହେନ୍ଦ୍ରଗଡ଼ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା୨ ଜଣ କଶ୍ମିରୀ ଛାତ୍ରଙ୍କୁ କିଛି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ଗତକାଲି ଶୁକ୍ରବାର ଥିବାରୁ ଛାତ୍ର ଜାବିଦ୍ ଇକ୍ବାଲ ଜୁମ୍ମେ ଓ ତାଙ୍କର ଅନ୍ୟ ଜଣେ ସାଥୀ ନମାଜ ପାଠ ପାଇଁ ଯାଇଥିବା ବେଳେ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଜାବିଦ୍ ଟ୍ଵିଟ କରି ଘଟଣା ସମ୍ପର୍କରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ ଜମ୍ମୁ-କଶ୍ମୀର ପୁଲିସ୍ ନିକଟରେ ଅଭିଯୋଗ ଜଣାଇଥିଲେ। ଜମ୍ମୁ-କଶ୍ମୀର ଡିଜିପିଙ୍କ ସହ ଆଲୋଚନା ପରେ ହରିଣାନା ଡିଜିପି ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମୁଫ୍ତି କଶ୍ମିରୀ ଛାତ୍ରଙ୍କୁ ମାଡ଼ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି।
ହରିୟାଣାରେ କଶ୍ମିରୀ ଛାତ୍ରଙ୍କୁ ଆକ୍ରମଣ
ମେହବୁବାଙ୍କ ନିନ୍ଦା
/sambad/media/post_attachments/wp-content/uploads/2018/02/kashmir-student.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)