ନୀରଜଙ୍କୁ ୬କୋଟି ଓ ବଜରଙ୍ଗଙ୍କୁ ୨.୫କୋଟି ଟଙ୍କା ସହ ଏହି ସବୁ ସୁବିଧା ଦେବେ ହରିଆଣା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ୧୨୫ ବର୍ଷର ସ୍ବପ୍ନକୁ ପୂରଣ କରିଛନ୍ତି ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା | ୧୨୫ ବର୍ଷରୁ ଅଧିକ ହେବ ଦୌଡ଼କୁଦରେ ଭାରତକୁ ପଦକଟିଏ ମିଳିନଥିଲେ | ହେଲେ ଆଜି ଦୌଡ଼କୁଦରେ ସ୍ବର୍ଣ୍ଣ ପଦକ ଜିତି ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଛନ୍ତି ଜାଭଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା | ନୀରଜଙ୍କ ଏଭଳି ଐତିହାସିକ ବିଷୟ ପରେ ତାଙ୍କୁ ୬କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର |

ନୀରଜ ଚୋପ୍ରାଙ୍କ ସଫଳତା ପରେ ତାଙ୍କୁ ୬କୋଟି ଟଙ୍କା ଏବଂ କ୍ଲାସ ୱାନ ଚାକିରି ଦିଆଯିବ। ଆମେ ପଞ୍ଚକୁଲାରେ ଆଥଲେଟମାନଙ୍କ ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ନିର୍ମାଣ କରିବୁ, ଯେଉଁଠାରେ ସେ ଚାହିଁଲେ ମୁଖ୍ୟ ରହିପାରିବେ | ତାଙ୍କୁ ଅନ୍ୟ ଖେଳାଳିଙ୍କ ପରି ୫୦% ରିହାତି ସହିତ ଏକ ପ୍ଲଟ୍ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର |

Free Press Journal

ସେହିଭଳି କୁସ୍ତିରେ ଆଜି ବ୍ରୋଞ୍ଜ ପଦକ ଜିତିଥିବା ବଜରଙ୍ଗ ପୁନିଆଙ୍କୁ ୨.୫କୋଟି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର | ସେ କହିଛନ୍ତି, ଟୋକିଓ ୨୦୨୦ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ହରିଆଣା ସରକାର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ୫୦% ରିହାତିରେ ପ୍ଲଟ୍ ଦେବା ସହ ୨.୫ କୋଟି ଟଙ୍କା ଏବଂ ସରକାରୀ ଚାକିରି ପ୍ରଦାନ କରାଯିବ । ଝାଜରରେ ଥିବା ଗାଁ ଖୁଦାନରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ |

ସମ୍ବନ୍ଧିତ ଖବର