ବାରମ୍ବାର ଦୁଷ୍କର୍ମ ଘଟଣା ଯୋଗୁଁ ଚିନ୍ତାରେ ହରିୟାନା ସରକାର, କଠୋର ଦଣ୍ଡବିଧାନ ପାଇଁ ଯୋଜନା

ଚଣ୍ଡିଗଡ଼: ହରିୟାନାରେ ବାରମ୍ବାର ଦୁଷ୍କର୍ମ ଘଟଣା ଘଟୁଥିବାରୁ ରାଜ୍ୟସରକାର କଠୋର ଦଣ୍ଡବିଧାନ ବିଷୟରେ ଚିନ୍ତା କରୁଛନ୍ତି । ହରିୟାନା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ଯେ ହରିୟାନାରେ ବାରମ୍ବାର ଏପରି ଘଟଣା ଘଟୁଥିବା ବେଶ ଚିନ୍ତା ଜନକ । ବିଶେଷକରି ଶିଶୁମାନଙ୍କ ଉପରେ ହେଉଥିବା ଏପରି ପାଶବିକ ଅତ୍ୟାଚାର ଅତି ନିନ୍ଦନୀୟ ବୋଲି ସେ କହିଛନ୍ତି । ଏହାକୁ ରୋକିବାକୁ ଅତି କଠୋର ଦଣ୍ଡ ବିଧାନ ବିଷୟରେ ଚିନ୍ତା କରାଯାଇଉଛି । ୧୨ ବର୍ଷରୁ କମ ବୟସର ପିଲାମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ ପାଇଁ ମୃତ୍ୟ ୁଦଣ୍ଡ ମଧ୍ୟ ଦିଆଯାଇପାରେ ବୋଲି ସେ ସଂକେତ ଦେଇଛନ୍ତି ।
ସେ ଆହୁରି ମଧ୍ୟକହିଛନ୍ତି ଯେ ଗଣମାଧ୍ୟମରେ ପ୍ରକାଶ ପାଉଥିବା ସବୁ ଦୁଷ୍କର୍ମ ଖବରକୁ ଭଲଭାବେ ଯାଞ୍ଚ କରାଯିବା ଆବଶ୍ୟକ । ସୂଚନାଯୋଗ୍ୟ ଯେ ହରିୟାନାରେ ଗତ ଏକ ସପ୍ତାହ ମଧ୍ୟରେ ୯ଟି ଦୁଷ୍କର୍ମ ଘଟଣା ସାମନାକୁ ଆସିଛି ।

ସମ୍ବନ୍ଧିତ ଖବର