ବ୍ରିଟିଶ ରାଜ ପରିବାର ସହ ସମ୍ପର୍କ ତୁଟାଇଲେ ହାରି ଏବଂ ମେଘନ୍‌

ଲଣ୍ଡନ୍‌ : ପ୍ରିନ୍ସ ହାରି ଏବଂ ପତ୍ନୀ ମେଘନ୍‌ ମାର୍କେଲ ବ୍ରିଟିଶ ରାଜ ପରିବାର ସହ ସେମାନଙ୍କର ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ରାଣୀ ଏଲିଜାବେଥ୍‌ ଏକ ଘୋଷଣା କରି କହିଛନ୍ତି, ହାରି ଏବଂ ମେଘନ୍‌ ରାଜ ପରିବାର କାର୍ଯ୍ୟକାରୀ ସଦସ୍ୟ ଭାବେ ଆଉ ଫେରିବେ ନାହିଁ। ହାରି ଏବଂ ମେଘନ୍‌ ଗତବର୍ଷ ରାଜ ପରିବାରଠାରୁ ଦୂରେଇ ଯାଇଛି ଏବଂ ସେମାନଙ୍କ ସବୁ ଦାୟିତ୍ବରୁ ଓହରି ଯାଇଥିବା ଘୋଷଣା କରିଥିଲେ। ଉଭୟ ରାଜ ପରିବାରର କାର୍ଯ୍ୟକାରୀ ସଦସ୍ୟ ଭାବେ ଆଉ ଫେରିବେନି ବୋଲି ବକିଂହାମ୍‌ ପ୍ୟାଲେସ୍‌ ପକ୍ଷରୁ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର