ବାବା ରାମଦେବ ନିଜର ଆପତ୍ତିଜନକ ମନ୍ତବ୍ୟ ଫେରାଇ ନେବା ଉଚିତ, ଏହା ଦେଶର ଭାବନାକୁ ଆଘାତ ଦେଇଛି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଏଲୋପାଥିକୁ ‘ନିର୍ବୋଧ ବିଜ୍ଞାନ’ ଏବଂ ଏଲୋପାଥି ଔଷଧ ଖାଇ ବହୁସଂଖ୍ୟକ କୋଭିଡ୍‌-୧୯ ‌ରୋଗୀ ପ୍ରାଣ ହରାଇଛନ୍ତି ବୋଲି କହିଥିଲେ ଯୋଗ ଗୁରୁ ରାମଦେବ | ତାଙ୍କର ଏଭଳି ବିବାଦୀୟ ବୟାନ ପରେ ତାଙ୍କ ବିରୋଧରେ କେନ୍ଦ୍ର ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶନିବାର ଦିନ ‘ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌’ (ଆଇଏମ୍ଏ) ଦାବି କରିଥିଲା। ଆଇଏମ୍ଏର ଦାବି ପରେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଦେଇଥିବା ଆପତ୍ତିଜନକ ବୟାନକୁ ଫେରାଇନେବାକୁ ବାବା ରାମଦେବଙ୍କୁ ଚିଠି ଲେଖିଛନ୍ତି |

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ଦେଶବାସୀଙ୍କ ପାଇଁ ଦିନ ରାତି କୋଭିଡ-୧୯ ବିରୋଧରେ ଲଢ଼ୁଛନ୍ତି | ଏଭଳି ସମୟରେ ବାବା ରାମଦେବଙ୍କ ବିବୃତ୍ତି ଭାରତର ‘କରୋନା ଯୋଦ୍ଧା’କୁ ଅସମ୍ମାନ କରି ଦେଶର ଭାବନାକୁ ଆଘାତ ଦେଇଛି।

ଅନ୍ୟପକ୍ଷରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଏକ ସରକାରୀ ବିବୃତ୍ତିରେ ରାମଦେବଙ୍କ ବିବୃତ୍ତି ହେତୁ ସ୍ୱାସ୍ଥ୍ୟ ଭ୍ରାତୃଭାବରେ ସୃଷ୍ଟି ହୋଇଥିବା ଦୁଃଖ ଏବଂ ଯନ୍ତ୍ରଣାକୁ ବୁଝିଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛି। ଆଇଏମଏର ସଭାପତି ଡାକ୍ତର ଜୟଲାଲ କହିଛନ୍ତି, “ଆମ ଦେଶର ସ୍ୱାସ୍ଥ୍ୟସେବା ତଥା କଲ୍ୟାଣରେ ଆଧୁନିକ ଔଷଧର ଅବଦାନକୁ ଅଭିବାଦନ ଜଣାଇଥିବାରୁ ଧନ୍ୟବାଦ। ପରସ୍ପରର ଔଷଧ ପ୍ରଣାଳୀରେ ଦୋଷ ଖୋଜିବାର ଏହା ସମୟ ନୁହେଁ। ଏକତା ସହିତ ମିଳିତ ଭାବରେ ଉଦ୍ୟମ କରିବାର ସମୟ ଆସିଛି ଏବଂ ଆମ ଦେଶର କଲ୍ୟାଣ ପାଇଁ ଏହା ଜରୁରୀ |

ଉଲ୍ଲେଖଯୋଗ୍ୟ, ‘ଆଇଏମ୍‌ଏ’ କହିଥିଲା ଯେ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଚାଲିଥିବା ଗୋଟାଏ ଭିଡିଓରେ ରାମଦେବ ଆଧୁନିକ ଔଷଧକୁ ‘ନିର୍ବୋଧ ବିଜ୍ଞାନ’ କହୁଛନ୍ତି। ‘ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ’ ଅନୁମୋଦନ କରିଥିବା ‘ରେମ୍‌ଡେସିଭିୟର୍‌’ ଏବଂ ‘ଫେବିଫ୍ଲୁ’ ଭାରତରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରେ ବିଫଳ ହେବା ସହ ଅନେକ ଲୋକଙ୍କ ମୃତ୍ୟୁର କାରଣ ହୋଇଛି। ଏଭଳି ‘ଅଶିକ୍ଷିତ’ ମନ୍ତବ୍ୟ ଦେଇଥିବାରୁ ‘ଏପିଡେମିକ୍ ଡିଜିଜ୍ ଆକ୍ଟ୍‌’ରେ ଯୋଗ ଗୁରୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।

‘ଆଇଏମ୍‌ଏ’ ଆହୁରି ମଧ୍ୟ ଦାବି କରିଥିଲା ଯେ, ନିଜର ବେଆଇନ ଏବଂ ଅଣସ୍ବୀକୃତ ତଥାକଥିତ ଔଷଧ ବିକ୍ରୟ କରି ଜନତାଙ୍କ ଜୀବନ ବିନିମୟରେ ଅର୍ଥ ଉପାର୍ଜନ କରିବା ଲାଗି ରାମଦେବ ‌ସେମାନଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। ତାଙ୍କ ବିରୋଧରେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଆପଣାଛାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସର୍ବସାଧାରଣଙ୍କ ନିକଟରେ ସତ୍ୟ ଉପସ୍ଥାପନ ପାଇଁ ଆମେ ସଂଗ୍ରାମ କରିବା ଲାଗି ଅନ୍ୟ ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରିବୁ।

ସମ୍ବନ୍ଧିତ ଖବର