ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରୁଛନ୍ତି। ସେ ଏହି ୩୪ ସଦସ୍ୟ ବିଶିଷ୍ଟ ଏହି ପରିଷଦର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ ନେଇଛନ୍ତି। ପରିଷଦର ସଦସ୍ୟମାନେ ବିଶ୍ବ ସ୍ବାସ୍ଥ୍ୟ ସଭାରେ ନିଜ ନିଜ ଦେଶର ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। କାର୍ଯ୍ୟନିର୍ବାହୀ ପରିଷଦର ଅଧ୍ୟକ୍ଷ ଭାବରେ ଶପଥ ନେବା ପରେ ଡା.ହର୍ଷ ବର୍ଦ୍ଧନ କରିଛନ୍ତି, ମୁଁ ଜାଣେ, ଯେଉଁ ସମୟରେ ମୁଁ ଏହି ଦାୟିତ୍ବ ନେଉଛି, ସେତେବେଳେ ସମଗ୍ର ବିଶ୍ବ ଏକ ମହାମାରୀର ମୁକାବିଲା କରୁଛି। ଆମେ ସମସ୍ତେ ଜାଣିଛେ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଆମକୁ ବହୁ ସ୍ବାସ୍ଥ୍ୟ ସଂକଟର ସାମ୍ନାକ କରିବାକୁ ପଡ଼ିବ। ମିଳିତ ଭାବେ ଏହାର ମୁକାବିଲା ସମ୍ଭବ।
ଜାପାନର ଡାକ୍ତର ହିରୋକି ନାକାଟାନୀଙ୍କ ସ୍ଥାନରେ ଡାକ୍ତର ହର୍ଷ ବର୍ଦ୍ଧନ ଦାୟିତ୍ୱ ଗ୍ରହଣ କରିଛନ୍ତି | ୧୯୪ଟି ଦେଶର ସଦସ୍ୟତା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଭାରତର ପ୍ରତିନିଧି ଭାବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଗତ ମଙ୍ଗଳବାର ନିର୍ବାଚିତ ହୋଇଥିଲେ । ‘ହୁ’ର ଦକ୍ଷିଣ ପୂର୍ବ ଏସିଆ ସମୂହ ପକ୍ଷରୁ ଗତ ବର୍ଷ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା ଯେ ଭାରତ ତିନି ବର୍ଷ ପାଇଁ କାର୍ଯ୍ୟନିର୍ବାହୀ ପରିଷଦକୁ ନିର୍ବାଚିତ ହେବ।
କାର୍ଯ୍ୟନିର୍ବାହୀ ପରିଷଦର ମୁଖ୍ୟ କାର୍ଯ୍ୟ ହେଉଛି ସ୍ୱାସ୍ଥ୍ୟ ସଭାକୁ ଉପଯୁକ୍ତ ନିଷ୍ପତ୍ତି ଏବଂ ଉପଯୁକ୍ତ ପରାମର୍ଶ ଦେବା | ହୁ କାର୍ଯ୍ୟନିର୍ବାହୀ ବୋର୍ଡର ୩୪ ଜଣ ସଦସ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷଜ୍ଞ ହୋଇଥାନ୍ତି, ଯାହାଙ୍କୁ ୧୯୪ଟି ଦେଶ ବିଶ୍ୱ ସ୍ୱାସ୍ଥ୍ୟ ସଭାରୁ ୩ ବର୍ଷ ପାଇଁ ବୋର୍ଡକୁ ନିର୍ବାଚିତ ହୋଇଥାନ୍ତି | ତା’ପରେ ଏହି ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଗୋଟିଏ ବର୍ଷ ପାଇଁ ଅଧ୍ୟକ୍ଷ ହୁଅନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/harshvardhan-1590145324.jpg)