ହରିୟାଣା ବିଧାନସଭା ନିର୍ବାଚନ : କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

ଚଣ୍ଡିଗଡ଼ : ଆସନ୍ତା‌ ୨୧ ତାରିଖରେ ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଥିବାବେଳେ କଂଗ୍ରେସ ଆଜି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କରିଛି। ନିର୍ବାଚନୀ କଂଗ୍ରେସ ମହିଳାମାନଙ୍କ ପାଇଁ ଉଭୟ ସରକାରୀ ଚାକିରି ଏବଂ ଘରୋଇ ଅନୁଷ୍ଠାନ ଗୁଡ଼ିକରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରତିଶ୍ରୁତି ଦେଇଛି। ପଞ୍ଚାୟତିରାଜ ଅନୁଷ୍ଠାନ, ମ୍ୟୁନିସପାଲିଟି କର୍ପୋରେସନ୍‌ ଏବଂ ଏନ୍‌ଏସି କ୍ଷେତ୍ରରେ ମଧ୍ୟ ଦଳ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଛି। ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ଅନୁସୂଚିତ ଜାତି ଏବଂ ଅତି ପଛୁଆ ଜାତିର ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୧୨,୦୦୦ ଟଙ୍କାର ସ୍କଲାରସିପ୍‌ ଏବଂ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ୧୫,୦୦୦ ଟଙ୍କାର ସ୍କଲାରସିପ୍‌ ‌ଦେବାପାଇଁ ଦଳ ପ୍ରତିଶ୍ରୁତି ଦେଇଛି। ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି, ନିର୍ବାଚନୀ ଇସ୍ତାହାରେ ମହିଳାମାନଙ୍କ ଉପରେ ‌ସ୍ବତନ୍ତ୍ର ଫୋକସ୍‌ କରାଯାଇଛି। ଅନ୍ୟପକ୍ଷେ ହରିୟାଣା କଂଗ୍ରେସ ମୁଖ୍ୟ କୁମାରୀ ସେଲ୍‌ଜା ଘୋଷଣା କରିଛନ୍ତି ଯେ ଯଦି ଦଳ କ୍ଷମତାକୁ ଆସେ ତା’ହେଲେ କୃଷକଙ୍କ ଋଣଛାଡ଼ ହେବ।

ସମ୍ବନ୍ଧିତ ଖବର