ହରିୟାଣାରେ ବିଜେପିର ଆସନ ସଂଖ୍ୟା ୭୫ ଟପିବ: ଖଟ୍ଟର

ଚଣ୍ଡିଗଡ଼: ହରିୟାଣାର ୯୦ ବିଧାନସଭା ଆସନରେ ଆସନ୍ତା ଅକ୍ଟୋବର ୨୧ ତାରିଖରେ ନିର୍ବାଚଚନ ହେବ। ରାଜ୍ୟରେ ବିଜେପି କ୍ଷମତାରେ ଥିବାବେଳେ ଆସନ୍ତା ନିର୍ବ‌ାଚନରେ ମଧ୍ୟ ବିଜେପି ପୁଣିଥରେ କ୍ଷମତାକୁ ଫେରିବ ବୋଲି ବିଜେପିର ପୁରୁଖା ନେତାମାନେ ଦୃଢ଼ୋକ୍ତି ବାଢ଼ିଛନ୍ତି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ଆଜି କହିଛନ୍ତି, ରାଜ୍ୟରେ ଏବେ ବିରୋଧୀ ଦଳମାନେ ବିଭ‌ାଜିତ ହୋଇଛନ୍ତି ଏବଂ ବିଜେପି ଆସନ୍ତା ବିଧାନସଭା ନିର୍ବାଚନ‌ରେ ମୋଟ ୯୦ ଆସନରୁ ୭୫ଟି ଆସନ ଦଖଲ କରିବ । ରାଜ୍ୟର ସମସ୍ତ ୯୦ ବିଧାନସଭା ଆସନରେ ବିଜେପିର ସ୍ଥିତି ସୁଦୃଢ଼ ଅଛି। ବିରୋଧୀ ଦଳ ମଧ୍ୟରେ କେବଳ ସ୍ବାର୍ଥକୁ ନେଇ ଲଢ଼େଇ ଚାଲିଛି ଏବଂ ଲୋକେ ସେମାନଙ୍କୁ ବିଶ୍ବାସ କରୁନଥିବାରୁ ଆମର ବିକାଶ ଏଜେଣ୍ଡାକୁ ବିପୁଳ ସମର୍ଥନ ମିଳିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର